ଦଶମ ବୋର୍ଡ ଆବାସିକ ପ୍ରସ୍ତୁତି ଦେଖିଲେ ଅତିରିକ୍ତ ଜିଲ୍ଲାପାଳ

0

ମାଲକାନଗିରି, ୪/୨: ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦଶମ ବୋର୍ଡ ୨୦୨୬ ପରୀକ୍ଷାରେ ଭଲ ଫଳାଫଳ ଆଣିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଦଶମ ବୋର୍ଡ ଆବାସିକ ପ୍ରସ୍ତୁତି କାର୍ଯ୍ୟ ପରିଦର୍ଶନ କରିଛନ୍ତି I ଜିଲ୍ଲାରେ ଚାଲିଥିବା ଆବାସିକ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପରିଦର୍ଶନ ନିମନ୍ତେ ମାଲକାନଗିରି ବ୍ଲକ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମ ଭି ୭ ଓ ବାଲିମେଳା ସ୍ଥିତ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ | ତାଙ୍କ ସହ ଗସ୍ତ ସମୟରେ ବିଭାଗ ତରଫରୁ ଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ। ଜାନୁୟାରୀ ମାସ ୧୯ରୁ ୨୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆବାସିକ ପ୍ରସ୍ତୁତି ୪ଟି କେନ୍ଦ୍ରରେ ଜିଲ୍ଲାରୁ ୨୦୦
ଚୟନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖ୍ ସେମାନଙ୍କୁ ମାଗଣା ଖାଦ୍ୟ, ପଠନ ସାମଗ୍ରୀ, ଯୋଗ ଅଭ୍ୟାସ, ବିଷୟ ବିଶେଷଜ୍ଞ ଦ୍ବାରା ସ୍ବତନ୍ତ୍ର ଦୈନିକ ଅଭ୍ୟାସ ପରୀକ୍ଷା ସରିଥିଲା। ଏହି କ୍ରମରେ ଦ୍ବିତୀୟ ପର୍ଯ୍ୟାୟ ଫେବୃୟାରୀ ୨ ରୁ ୭ ଯାଏଁ ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପିଲାଙ୍କୁ ପାଠ ପଢାଇବା ସହ ସେମାନଙ୍କ ସୁବିଧା ସୁଯୋଗ ତଦାରଖ କରି ସନ୍ତୋଷ ବ୍ୟକ୍ତ କରିଥିଲେ I ପିଲାଙ୍କ ମାନସିକ ସ୍ବାସ୍ଥ୍ୟକୁ ବିଶେଷ ଦେବାକୁ କେନ୍ଦ୍ର ପରିଚାଳକ ଇ ଈଶ୍ବର ରାଓ ଓ ସୁଶୀଳା ହିଆଲଙ୍କୁ ପରାମର୍ଶ ଦେଇଥିଲେ। ପିଲାଙ୍କ ଚାଲିଥିବା ପ୍ରାକ୍ ବୋର୍ଡ ପରୀକ୍ଷା ଓ ଉତ୍ତର ଖାତା ନିରୀକ୍ଷଣ ବିଷୟ ବୁଝିଥିଲେ।

Leave A Reply

Your email address will not be published.