ଉଦ୍ ଘାଟନ ହେଲା ଜଗବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

0

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ସ୍ଥାନୀୟ ଅଟଳ ବିହାରୀ ହାଇସ୍କୁଲ ରେ ଟାଉନ କ୍ଲବ୍ ବାସୁଦେବପୁର ଆନୁକୁଲ୍ୟ ରେ ଉଦ୍ ଘାଟନ ହୋଇ ଯାଇଛି ଆନ୍ତ ରାଜ୍ୟ ଜଗବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସମ୍ମାନୀତ ଅତିଥି ଭାବେ ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ସମାଜ ସେବୀ ସୁରେଶ ଚନ୍ଦ୍ର ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ରାଉତ ଯୋଗ ଦେଇ ଉଦ୍ ଘାଟନ କରିଥିଲେ। କ୍ଳବ୍ ର ସଭାପତି ଗଗନ ବିହାରୀ ମହାନ୍ତି ଓ ସମ୍ପାଦକ ମହେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ପ୍ରଥମ ଦିନ ରେ ଖେଳ ରେ ବିଡାନାସୀ କ୍ଲବ୍ କଟକ ଓ ରକ୍ ଷ୍ଟାର କଟକ ମଧ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି ଖେଳ। ଏହି ଖେଳ ରେ ବିଡାନାସୀ କ୍ଲବ୍ କଟକ ବିଜୟୀ ଲାଭ କରିଛି। ଖେଳ କୁ ରେଫରି ଭାବେ ପ୍ରସନ୍ନ ନାୟକ, ମାନସ ବିଶ୍ବାଳ, ସୁକାନ୍ତ ସିଂ ପରିଚାଳନା କରିଥିଲେ। ଧାରା ବିବରଣୀ ସତ୍ୟ ରଞ୍ଜନ ରାଉତ ପ୍ରଦାନ କରିଥିଲେ। କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.