ଅଷ୍ଟମ ମା ମେଟଖାଇ ଟେନିସ ବଲ୍ କ୍ରିକେଟ ଟୁର୍ନାମେଣ୍ଟ ସଫଳତାର ସହ ସମାପ୍ତ

0 1

ବିଜେପୁର :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବି-ନୁଆଁପାଳି ଖେଳ ପଡ଼ିଆ ଠାରେ ଅଷ୍ଟମ ମା ମେଟଖାଇ ଟେନିସ ବଲ୍ କ୍ରିକେଟ ଟୁର୍ନାମେଣ୍ଟ ମହାଆଡମ୍ବର ସହିତ ଆୟୋଜିତ ହୋଇ ସଫଳତାର ସହ ସମାପ୍ତ ହୋଇଯାଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଟୁର୍ନାମେଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା।ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଟୁର୍ନାମେଣ୍ଟଟି ପାଞ୍ଚ ଦିନ ଧରି ଚାଲିଥିଲା। ପ୍ରତିଦିନ ଖେଳ ପଡ଼ିଆରେ ଦର୍ଶକମାନଙ୍କ ଭିଡ଼ ଜମିଥିବା ବେଳେ ଖେଳାଳିମାନେ ନିଜ ଦକ୍ଷତା ଓ କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ ସେମିଫାଇନାଲ ଓ ଫାଇନାଲ ମ୍ୟାଚଗୁଡ଼ିକ ଅତ୍ୟନ୍ତ ଉତ୍ସାହଜନକ ହୋଇଥିବା ବେଳେ ଆଜିର ଫାଇନାଲ ମ୍ୟାଚ କୁଚିପାଲି ଓ ପଦ୍ମପୁର ଦଳ ମଧ୍ୟରେ ଖେଳାଯାଇଥିଲା। ଦୁଇ ଦଳର ଶାନଦାର ପ୍ରଦର୍ଶନ ପରେ ପଦ୍ମପୁର ଦଳ ଶେଷରେ ବିଜୟ ହାସଲ କରି ଚାମ୍ପିଅନ୍ ହୋଇଥିଲା। ବିଜେତା ପଦ୍ମପୁର ଦଳକୁ ୨୦,୦୦୦ ଟଙ୍କା ଓ ଉପବିଜେତା କୁଚିପାଲି ଦଳକୁ ୧୨,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।ଟୁର୍ନାମେଣ୍ଟର ସୁଚାରୁ ପରିଚାଳନାରେ ସୁମିଲ ବେହେରା, ନରୋତ୍ତମ ପଧାନ, ଅନ୍ତର୍ଯ୍ୟାମୀ ପଧାନ ଓ ଚନ୍ଦ୍ରମଣି ବରିହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଧାରା ବିବରଣୀରେ ସୁନୀଲ ରାଉତ ଓ ରିଙ୍କୁ ସାହୁ ଖେଳକୁ ଆକର୍ଷଣୀୟ କରିଥିବା ବେଳେ ମାନସ ଓ ଓଁ ସ୍କୋରିଂ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଖେଳ ମାଧ୍ୟମରେ ଯୁବପିଢ଼ୀକୁ ଶୃଙ୍ଖଳା, ଶିଷ୍ଟାଚାର ଓ ସଂଘବଦ୍ଧତାର ପାଠ ଶିଖିବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଇମ୍ରାନ ଭୋପଲା, ବରିଷ୍ଠ ବିଜେପି ନେତା ଲୋକେଶ୍ୱର ସିଂ ବରିହା, ମଣ୍ଡଳ ସଭାପତି ପ୍ୟାରିଲାଲ ବାରିକ, ସନ୍ତୋଷ ସାହୁ, ଶଙ୍କର ମେହେର, ହରି ଦାଶ, ଛୋଟେଲାଲ ପାତ୍ର, କୃଷ୍ଣଚନ୍ଦ୍ର ଭୋଇ, ଉଜ୍ୱଳ ନାୟକ, ମୋହନ ଭୋଇ, ଲକ୍ଷ୍ମଣ ସାହୁ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଝରଣା ନାଏକ, ସାବିତ୍ରୀ ଦାଶ, ଗୌରଚନ୍ଦ୍ର ଭୋଇ, ମିତ୍ରଭାନୁ ସା, ଭବେଶ ଅଗ୍ରୱାଲ, ମିଶ୍ର ଦୀପ, ଓସିଏ ପେନାଲ ଓମ୍ପିଆର ନାରାୟଣ ମେହେର ଉପସ୍ଥିତ ରହିଥିଲେ।ଖେଳକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାରେ ଉମେଶ ଭୋଇ, ପ୍ରଦୀପ ଭୋଇ, ସୁଶାନ୍ତ ଭୋଇ, ରାଜେନ୍ଦ୍ର ଗଣ୍ଡଗୋଳ, ଉମାକାନ୍ତ ଭୋଇ, ମୋହନ ଭୋଇ ସହ ଏମଏମସିସିର ସମସ୍ତ କାର୍ଯ୍ୟକର୍ତ୍ତା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.