କେନ୍ଦୁଝର,ତା୩/୨- କେନ୍ଦୁଝର ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନ କେନ୍ଦୁଝର ମାଟିର ଲାଲ କବି ସ୍ବର୍ଗତ ଧ୍ରୁବ ରଣାଙ୍କୁ ଲାଲ ସଲାମ ସହ ଶ୍ରଦ୍ଧାଞ୍ଜଳି ଜଣାଇଛି। ଆଜି ଏଥିଲାଗି ଅନୁଷ୍ଠିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ପ୍ରାଣ ବଲ୍ଲଭ ନାୟକ, କାର୍ଯ୍ୟକାରୀ ସଭାପତି ଡକ୍ଟର ବିମ୍ବାଧର ବେହେରା,ମନୋଜ ଦାଶ, କରୁଣାକର ବାରିକ,ପୁଷ୍ପହାସ ପଟ୍ଟନାୟକ, ହରେକୃଷ୍ଣ ବେଜ,ରମେଶ ଚନ୍ଦ୍ର ଜେନା, ଦୈତାରୀ ଆପଟ,ବିଶ୍ୱରଂଜନ ଖୁଣ୍ଟିଆ, ହୃଦାନନ୍ଦ ବେହେରା ପ୍ରମୁଖ କବି ଓ ସାହିତ୍ୟିକମାନେ ଯୋଗ ନୀରବ ପ୍ରାର୍ଥନା ପରେ ଦିବଂଗତ ଲାଲ କବିଙ୍କ ସ୍ମୃତିଚାରଣ କରିଥିଲେ। ତା୨/୨/୨୬ରିଖରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କଟକ ଜିଲ୍ଲାର ନରସିଂହପୁର, ଶଶାଙ୍ଗ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା ବେଳେ ସେ କେନ୍ଦୁଝରକୁ କର୍ମ ସ୍ଥଳୀ କରି ଏଠାରେ ଜୀବନ ଅତିବାହିତ କରିଥିଲେ। ଯୁବାବସ୍ଥାରୁ ସେ କାର୍ଲ ମାର୍କ୍ସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାମପନ୍ଥୀ ଚିନ୍ତାଧାରାକୁ ଆଦରି ନେଇଥିଲେ। ଲୋକଙ୍କ ଭିତରେ ସାହିତ୍ୟ ମାଧ୍ୟମରେ ବାମପନ୍ଥୀ ଆଦର୍ଶ ପ୍ରଚାର ପ୍ରସାର କରୁଥିଲେ। ତେଣୁ ତାଙ୍କୁ ଉତ୍ତର ପୂର୍ବ ଓଡ଼ିଶାର ଦ୍ଵିତୀୟ ରବି ସିଂହ କୁହାଯାଏ। ତାଙ୍କର ଲାଲ ସାହିତ୍ୟ ମଧ୍ୟରେ ଅଛି ବହ୍ନି ବଳୟ,ଲୋହିତ ଦିଗନ୍ତ,ଲାଲ ରାବିଡି ଓ ଲାଲ ସୂର୍ଯ୍ୟ ପ୍ରମୁଖ ପୁସ୍ତକ ଓଡି଼ଶାର ସାହିତ୍ୟକୁ ସମୃଦ୍ଧ କରିଛି। କେନ୍ଦୁଝର ମାଟିର ଅନ୍ୟତମ ସୁନାମଧନ୍ୟ ଅନୁଷ୍ଠାନ କେନ୍ଦୁଝର ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନର ପ୍ରତିଷ୍ଠାରେ ଏହି ଲାଲ କବିଙ୍କର ଅବଦାନ ବହୁତ ଥିଲା ବୋଲି ସମସ୍ତେ ଆଜି ମନେ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.