ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ବିଭୂପାଦ ଜେନା, ଡେମୋନଷ୍ଟ୍ରେଟର୍ ସଞ୍ଜିବ୍ କୁମାର ଦାଶ,ଗ୍ରନ୍ଥାଗାରିକ ଶ୍ରୀନିବାସ ସ୍ୱାଇଁ, ଡିଇଓ ଗୌରୀ ଚରଣ ଶତପଥି, କିରାଣୀ ଚଣ୍ଡୀ ପ୍ରସାଦ ତ୍ରିପାଠୀ,ଲାବ୍ ଆଟେଣ୍ଡାଣ୍ଟ ଶ୍ରୀନିବାସ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ I ଏହି ରକ୍ତଦାନ ଶିବିର ଆସନ୍ତା ଚାରି ତାରିଖ ସକାଳ ନଅ ଘଣ୍ଟା ତିରିଶି ମିନିଟ୍ ସମୟରେ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ବହୁ ଛାତ୍ରଛାତ୍ରୀ କିପରି ଭାଗନେବେ ତାହା ମୁଖ୍ୟତଃ ଆଲୋଚନା ହୋଇଥିଲା I ସୋରଡା ବିଧାୟକ ନୀଳମଣି ବିଷୋୟୀ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏହି ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I
Sign in
Sign in
Recover your password.
A password will be e-mailed to you.