ବେଲଗୁଣ୍ଠା, -(ଶିବରାମ ଚୌଧୁରୀ , ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ବେଲଗୁଣ୍ଠା ବ୍ଳକ୍ ଏବଂ ବେଣୀପଲ୍ଲୀ ପଂଚାୟତ ପାଇଁ ଗୌରବ ଆଣିଛନ୍ତି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବେଣୀପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ରାଜସ୍ମିତା ଗୌଡ଼ I ରାଜସ୍ମିତା ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଳା ସ୍ତରକୁ ମନୋନୀତ ହୋଇଥିବା ବେଳେ ଜିଲ୍ଳା ସ୍ତରୀୟ ପ୍ରଦର୍ଶନୀରେ ଦ୍ୱିତୀୟ ସ୍ଥାନ ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ I ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନ ହାସଲ କରିବା ସହିତ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହି ସ୍ଵତନ୍ତ୍ର ରୂପେ ପୁରସ୍କୃତ ହୋଇଛନ୍ତି I ରାଜସ୍ମିତାଙ୍କ ଏହି ସଫଳତା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରତିଭା ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ,ସନ୍ତୋଷ କୁମାର ପାତ୍ର, ସିଆରସିସି ସୁଧୀର କାନ୍ତ ତ୍ରିପାଠୀଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ,ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ ପ୍ରମୁଖ ରାଜସ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ରାଜସ୍ମିତା ନିଜର ଏହି ସଫଳତାର ଶ୍ରେୟ ନିଜ ମାର୍ଗଦର୍ଶକ ଶିକ୍ଷକ ନିକୁଞ୍ଜ ନାୟକ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post