କାଶୀପୁର ରୁ ବୈକୁଣ୍ଠ ଦୁରିଆ-କାଶୀପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ରାଜେନ୍ଦ୍ର ଦୁରିଆ ଡଙ୍ଗଶିଲା, ନୂଆଗାଁ ଓ ଚନ୍ଦ୍ରଗିରି ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରମ୍ପରିକ ରୀତିନୀତି ଅନୁଯାୟୀ ବା ପିତା କାଟିଥିଲେ। ଏହି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ତିନିଟି ଗ୍ରାମରେ କଂଗ୍ରେସ ଦଳ ପ୍ରତି ନୂତନ ଉତ୍ସାହ ଓ ଆଶା ସଞ୍ଚାର କରିଛି।
ନୂତନ ବ୍ଲକ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଜେନ୍ଦ୍ର ଦୁରିଆଙ୍କ ଏହି ଗ୍ରାମସ୍ତରୀୟ ସଂପର୍କ କାର୍ଯ୍ୟକ୍ରମକୁ କଂଗ୍ରେସ ସଂଗଠନକୁ ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।
ଏହି ଅବସରରେ ଗୋଲାପରେ କଂଗ୍ରେସ କର୍ମୀ ବୁଦ୍ଧଦେବ ଖସଲା, ପରଦେଶୀ ମାଝୀ, ସୁରତ ସ୍ୱାଇଁଙ୍କ ସହ କୋଡ଼ପାରି ପଞ୍ଚାୟତ ସଭାପତି ବଳରାମ ସାହୁ, ଡଙ୍ଗଶିଲା ପଞ୍ଚାୟତର ବରିଷ୍ଠ ନେତା ଜୟସିଂ ସାଉଁଟା, ତୁମ୍ବେଶ୍ୱର ନାଏକ, ବାରିକ ବାବୁ, ଡଙ୍ଗଶିଲା ପଞ୍ଚାୟତ ସଭାପତି କବିରାଜ ନାଏକ, ଚନ୍ଦ୍ରଗିରି ପଞ୍ଚାୟତ ସଭାପତି ବିଶ୍ୱନାଥ ମାଝୀ, ମୋନଜ ନାଏକ, ନୀଳ ନାଏକ, ପବିତ୍ର ନାଏକ, କାର୍ତିକ ନାଏକ (ଏସି ସେଲ ଷ୍ଟେଟ ସେକ୍ରେଟାରୀ), ସଦନ ମାଝୀ ( ଆନ୍ତର୍ଜାତୀୟ ମାନବିକ ଅଧିକାର ରକ୍ଷକ ଜିଲ୍ଲା ସମ୍ପାଦିକ ରାୟଗଡ଼ା), ପ୍ରଶନ ପୂଜାରୀଙ୍କ ସହ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ସଭାପତି ଶ୍ରୀ ରାଜେନ୍ଦ୍ର ଦୁରିଆ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, କଂଗ୍ରେସ ଦଳକୁ ଗାଁ-ଗାଁରେ କେମିତି ଦୃଢ କରାଯିବ, ସେଥିପାଇଁ ସମସ୍ତ କର୍ମୀଙ୍କୁ ଏକତ୍ରିତ ହୋଇ କାମ କରିବାକୁ ପଡିବ। ସେ ଜୋର ଦେଇ କହିଥିଲେ— “ଦୁଃଖ ହେଉ କି ସୁଖ, କଂଗ୍ରେସ ସବୁବେଳେ ଆପଣମାନଙ୍କ ସାଥିରେ ଅଛି। ଜନସାଧାରଣଙ୍କ ସମସ୍ୟାରେ ଦଳ ସଦା ଆଗରେ ରହିବ।”
ଏହି କାର୍ଯ୍ୟକ୍ରମ କାଶୀପୁର ବ୍ଲକରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ରାଜନୈତିକ ମହଳରେ ଆଲୋଚିତ ହେଉଛି।
Sign in
Sign in
Recover your password.
A password will be e-mailed to you.