ନବରଙ୍ଗପୁର ତା୩୧.୦୧.୨୦୨୬: ଅଶୋକ ସାହୁ, ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଉପସ୍ଥିତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ପ୍ରଶାସନ,ନବରଙ୍ଗପୁର ଦ୍ଵାରା ଆସନ୍ତା ୪.୦୨.୨୬ତାରିଖ ସକାଳ ୯ . ୦୦ ଘ ସମୟରେ ଜିଲ୍ଲାର ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନଙ୍କ ପାଇଁ ରାଜା ଶ୍ରୀ ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ ହେବାକୁଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ଜିଲ୍ଲା ଏବଂ ଜିଲ୍ଲା ବାହାରର ୪୦ ରୁ ଅଧିକ ଘରୋଇ ନିଯୁକ୍ତି ସଂସ୍ଥା ଏବଂ ତାଲିମ ପ୍ରଦାନକାରୀ ସହ ନିଯୁକ୍ତି ସଂସ୍ଥା ଗୁଡ଼ିକ ଅଂଶଗ୍ରହଣ କରିବେ। କିଛି ସଂସ୍ଥା ରେ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯିବ ଏବଂ ଅନ୍ୟ କେତୋଟି ସଂସ୍ଥାରେ ଦକ୍ଷତା ତାଲିମ ପରେ ନିଯୁକ୍ତି ଯୋଗାଇଦିଆଯିବ। ତେଣୁ ଜିଲ୍ଲାର ୧୭ ରୁ ୩୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ନିଯୁକ୍ତିଆଶାୟୀ ଯୁବକ ଯୁବତୀ ଯେଉଁମାନେ ସର୍ବନିମ୍ନ ପଞ୍ଚମ ଶ୍ରେଣୀ, ଦଶମ ଶ୍ରେଣୀ, +୨, +୩, ଆଇଟିଆଇ , ଡିପ୍ଲୋମା ଧାରି ଏବଂ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି, ସେମାନଙ୍କୁ ସେମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଏବଂ ପାସପୋର୍ଟ ଆକାର ଫଟୋ ସହିତ ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।ଏହି ମେଳାରେ ଡାଟା ଏଣ୍ଟ୍ରି ଅପରେଟର, ସିକ୍ୟୁରିଟୀ,ଅଟୋମୋବାଇଲ,ବ୍ୟାଙ୍କିଙ୍ଗ,ନିର୍ମାଣ , ସିଉଇଂ ମେସିନ ଅ ପରେଟର,ଅଗ୍ନିବୀର, ଇଲେକ୍ଟ୍ରି ସିଆନ, ଇଲେକ୍ଟ୍ରୀ ଭେହିକିଲ ଟେକ୍ନିସିଆନ୍ ଭଳି ବିଭିନ୍ନ ନିଯୁକ୍ତିର ସମ୍ଭାବନା ନେଇ ବିଭିନ୍ନ କମ୍ପାନୀ ଓ ସଂସ୍ଥା ମେଳାରେ ଯୋଗ ଦେବେ। ଚନ୍ଦାହାଣ୍ଡି, ରାଇଘର ଏବଂ ଉମରକୋଟ ବ୍ଲକ ଭଳି ଦୂର ଦୁରାନ୍ତରୁ ଆଶାୟୀ ପାର୍ଥୀ ଙ୍କ ପାଇଁ ବସ ସେବା ବ୍ୟବସ୍ଥା କରାଯାଇଛି।ମେଳାରେ ପାର୍ଥି ମାନଙ୍କ ପାଇଁ ପଞ୍ଜିକରଣ, ଖାଦ୍ୟ ଓ ପାନୀୟ ଜଳ ,ଶୌଚାଳୟ ର ବ୍ୟବସ୍ଥା କରାଯାଉଛି।
Sign in
Sign in
Recover your password.
A password will be e-mailed to you.