ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-, ମଙ୍ଗଳ ପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୪ ତମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଶିକ୍ଷା କେନ୍ଦ୍ର ର ସଭାପତି ଅରୁଣ କୁମାର ଷଡଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ବୈଠକରେ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠାତା ଓ ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ ଦୀପକ ମିଶ୍ର ଯୋଗ ଦେଇ ସ୍ୱାମୀଜୀ ଙ୍କ ଜୀବନୀ ସହ ଶିକ୍ଷା କେନ୍ଦ୍ର ର ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସରପଂଚ ସଂଘର ସଭାପତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋୟୀ,ଡାକ୍ତର ମାନସ ରଞ୍ଜନ ଦାସ, ସି ଆର୍ ସି ସି ରଞ୍ଜିତ କୁମାର ସାହୁ,ଜ୍ୟୋତି ରଞ୍ଜନ ନାୟକ, ଦିଲୀପ କୁମାର ଖାଡଙ୍ଗା,ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀ ପ୍ରଧାନ ବିବରଣୀ ପଠନ କରିଥିଲେ। ଶିକ୍ଷାକେନ୍ଦ୍ର ର ଗୁରୁଜୀ ରାଜେଶ୍ୱର୍ ଆପଟ,ରାଜଲକ୍ଷ୍ମୀ ଆପଟ,ଦିପା ଦାସ,ସୁଲୋଚନା ଡାକୁଆ,ଆଶା ଦଳେଇ, ମଳୟ ଆପଟ ପ୍ରମୁଖ ସହଯୋଗ କରିଥିଲେ।ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା।ପରିଶେଷରେ ଅନୁଷ୍ଠାନ ତରଫରୁ ବେଲଗୁଣ୍ଠା ପ୍ରେସ୍ କ୍ଳବ ର ସଦସ୍ୟ ଓ ବିଦ୍ୟାଳୟ ର ପୃଷ୍ଟ ପୋଷାକ ମାନକୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସନ୍ନମାନିତ କରାଯାଇଥିଲା.
Sign in
Sign in
Recover your password.
A password will be e-mailed to you.
Prev Post