ଭାଳୁପତ୍ରା ଦେଶୀ ମଦ ଭାଟି ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ ଅଷ୍ଟମଦିନରେ ପହଁଚିଲା | 

0

ଝାରସୁଗୁଡା (ବିକ୍ରମ ମହାପାତ୍ର)

 ଝାରସୁଗୁଡା ଜିଲ୍ଲା କିରମୀରା ବ୍ଲକ ବନ୍ଦପାଳି ପଂଚାୟତ   ଭାଳୁପତ୍ରା  ଗ୍ରାମରେ ଥିବା ଦେଶୀ ମଦଭାଟିକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ଦାବି ନେଇ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ତଥା ଗ୍ରାମର ମହିଳାମାନେ ମଦଭାଟି ସମୁଖରେ ଆଜକୁ ୮ ଦିନ ହେବ ଧାରଣାରେ ବସି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନେଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି | ଅପର ପକ୍ଷରେ ଆନ୍ଦୋଳନ କୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନ ପକ୍ଷରୁ ଏଥିରେ ସାମିଲ ହୋଇଛନ୍ତି |ପୂର୍ବରୁ ଗ୍ରାମର ମହିଳା ମାନେ ମଦ ଭାଟି ବନ୍ଦ କରିବାପାଇଁ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ |ତେବେ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନ ନେବାରୁ ଆଜକୁ ୮ ଦିନ ହେବ ମହିଳାମାନେ ଧାରଣାରେ ବସିଛନ୍ତି |ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନ କାରି ମହିଳା ମାନେ ରୋକ ଠୋକ ଶୁଣାଇଛନ୍ତି |

କିରମୀରା ରୁ ଝାରସୁଗୁଡା କୁ ଯିବା ମୁଖ୍ୟ ରାସ୍ତା ପାଶ୍ୱ ଓ ତାହା ପୁଣି ସ୍କୁଲ ନିକଟରେ ଦେଶୀ ମଦ ଭାଟି ରହିଥିବାରୁ ମହିଳାମାନଙ୍କ ଏବଂ ବୁଦ୍ଧି ଜୀବି ମହଲରେ ଅସନ୍ତୋଷ ର ବାତା ବରଣ ସୃଷ୍ଟି ହେଉଛି |ଛାତ୍ର ଛାତ୍ରୀ,ମହିଳା ମାନଙ୍କ ଓ ବୁଦ୍ଧି ଜୀବି ମାନଙ୍କ ମଧ୍ୟ ରେ ଏହାର କୁ ପ୍ରଭାବ ପଡୁଥିବା ଅଭିଯୋଗ ହେଉଛି |ଏପରିକି ଛାତ୍ର ଛାତ୍ରୀ ଏବଂ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି |ଭାଳୁପତ୍ରା ଗ୍ରାମର ପରିବେଶ ପ୍ରଦୂଷଣ ଓ ଦୂଷିତ ପରିବେଶରେ ସାଧାରଣ ମଣିଷ ଙ୍କ ଜୀବନ ରୋଗାକ୍ରାନ୍ତ ହେଉଥିବା ନେଇ ଅଭିଯୋଗ ହେଉଛି |ପ୍ରଶାସନ ଯଦି ଦେଶୀ ମଦ ଭାଟିକୁ ବନ୍ଦ ନ କରେ ତେବେ ମହିଳା ମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି |

Leave A Reply

Your email address will not be published.