ସାପ୍ତାହିକ ଖବରକାଗଜ ‘ନୟାଗଡ଼ ଭଏସ୍‌’ ଉନ୍ମୋଚିତ

3

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେବ ସାପ୍ତାହିକ ଖବର କାଗଜ ‘ନୟାଗଡ଼ ଭଏସ୍‌’ । ନୟାଗଡ଼ ଖଣ୍ଡପଡ଼ା ରାସ୍ତା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ଆଜି ଏହାର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ନୟାଗଡ଼ ଭଏସ୍ ସମ୍ପର୍କରେ ବିଧାୟକ ବକ୍ତବ୍ୟ ରଖିବା ସହ ସାମ୍ବାଦିକ ଲୋକଙ୍କ ସ୍ୱର ହୋଇ କାର୍ଯ୍ୟ କରୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିବାବେଳେ ନୟାଗଡ଼ ଭଏସ୍ ସମ୍ପାଦକ ଧିରେନ୍ଦ୍ର ପଟ୍ଟନାୟକ ,ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.