କେନ୍ଦୁଝର,ତା୬/୧୨- ଆଜି ଓଷ୍ଟା ତେଲକୋଇ ବ୍ଲକର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ – ୨୦୨୫ ଦୋବଲାପାଳ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଓଷ୍ଟା ତେଲକୋଇ ବ୍ଲକ ସଭାପତି ଖଗେଶ୍ବର ମହାନ୍ତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ତେଲକୋଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି,ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ପୂର୍ବତନ ସଭାପତି ଧାର୍ମିଳା ଦାସ,ସମ୍ମାନିତ ଅତିଥି ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାସୁଦେବ ମହାନ୍ତ,ଦୋବଲାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବ୍ଲକ୍ ଓଷ୍ଟା ଉପସଭାପତି ଅକ୍ଷୟ କୁମାର ବାରିକ,ଉପସଭାପତି ଅନୁରାଧା ବିଶ୍ବାଳ, କାର୍ଯ୍ୟକାରୀ ସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ଦୋବଲାପାଳ ସରପଞ୍ଚ ବିନୟ କୁମାର ନାୟକ ଯୋଗଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ତେଲକୋଇ ବ୍ଲକ ଅଧ୍ୟକ୍ଷ ବିକ୍ରମ ନାୟକ,ମୁଖ୍ୟବକ୍ତା ତେଲକୋଇ ବିଧାୟକ ପ୍ରତିନିଧି ପଦ୍ମଲୋଚନ ସାହୁ,ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ସୁଧାକର ପଣ୍ଡା,ସମ୍ପାଦକ ରଞ୍ଜନ କୁମାର ଘଡେଇ,ଉପସଭାପତି ବୈକୁଣ୍ଠନାଥ ମହାନ୍ତ,ପ୍ରାକ୍ତନ ରାଜ୍ୟ ସମ୍ପାଦକ କାହ୍ନୁଚରଣ ସାମଲ,ପ୍ରାକ୍ତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବର୍ତ୍ତମାନର ଉପଦେଷ୍ଟା ଭିକାରୀ ଚରଣ ସାହୁ,ଆନନ୍ଦପୁର ବ୍ଲକ ସମ୍ପାଦକ ପ୍ରଦୀପ କୁମାର ହଜାରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ,ସମ୍ବାଦ ବ୍ଲକ ପ୍ରତିନିଧି ବିରଞ୍ଚି କୁମାର ବେହେରା ପ୍ରମୁଖ ଯୋଗଦେଇ ଶିଶୁ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କ ନିକଟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ଓଷ୍ଟାର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ବିଗତ ବର୍ଷ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ଛାତ୍ରୀଙ୍କୁ ପ୍ରାକ୍ତନ ସଭାପତି ଧାର୍ମିଳା ଦାସ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଉପସଭାପତି ଅନୁରାଧା ବିଶ୍ବାଳ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଗତ ୨୦୨୫ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ତେଲକୋଇ ବ୍ଲକର ଶିଖେଶ୍ବର ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜା ରାଉତଙ୍କ ସହିତ ତେଲକୋଇ ବ୍ଲକ୍ ଓଷ୍ଟାର ଦୁଇଜଣ କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ପ୍ରଧାନ ଏବଂ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବ୍ଲକର ୨୩ଟି ଉଚ୍ଚ ବିଦ୍ୟାଳୟରୁ ୧୫୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏଥିରେ ସମସ୍ତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ। ଦୋବଲାପାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ସଂଗଠନ ସଦସ୍ୟ କୀର୍ତ୍ତନ ବିହାରୀ ପ୍ରଧାନ ସଭା ପରିଚଳନା କରିଥିଲେ ଏବଂ ସମ୍ପାଦକ ଚିତ୍ତରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ହାଡ଼ ଭଙ୍ଗା ଜାଡ଼, ସର୍ବନିମ୍ନ 5.6 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ.
Next Post