ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା : ପ୍ରଥମ ଦିନରେ ୩୩୮ ଜଣ ରୋଗୀ ଚିକିତ୍ସିତ

0 2

ମାଲକାନଗିର ତା:-୦୪/୧୨ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ ଟିମ୍ ପହଞ୍ଚିଛନ୍ତି। ଗତକାଲି ଏକ ସ୍ଵତନ୍ତ୍ର ବିମାନ ଯୋଗେ ମାଲକାନଗିରି ବିମାନ ବନ୍ଦର ଠାରେ ପହଞ୍ଚିଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଆସିଥିବା ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଏହି ବିଶେଷଜ୍ଞ ଦଳ। ୩ ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ। ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ ୩୩୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଥିଲା। ଏହି ବିଶେଷଜ୍ଞ ଟିମ୍ ରେ ନ୍ୟୁରୋଲୋଜି ଡ.ପଲ୍ଲବୀ ଦାସ, ନେଫ୍ରୋଲୋଜି ଡ. ରୁଚିକା ମଲ୍ଲିକ, କାର୍ଡିଓଲୋଜି ଡ. ବିଶ୍ୱ ବିକାଶ ମିଶ୍ର, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଡ. ଶୁଭମ୍ ବେହେରା, ଇଉରୋଲଜି ଡ. ସଶାଙ୍କ ଶେଖର ପ୍ରସାଦ ମହାପାତ୍ର, ଆନାସସିଆ ଡ. କମଳାକାନ୍ତ ବାରିକ୍ ପ୍ରମୁଖ ପହଞ୍ଚି ରୋଗୀଙ୍କୁ ସେବା ଯୋଗାଉଥ‌ିବା ଜଣା ପଡ଼ିଛି। କାର୍ଡିଓଲୋଜି ବିଶେଷଜ୍ଞ ଡାକ୍ତର ୬୭ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ, ଗ୍ୟାଷ୍ଟ୍ରୋଲୋଜି ଡାକ୍ତର ୭୧ ଜଣ ରୋଗୀ, ନ୍ୟୁରୋଲୋଜି ଏବଂ ସର୍ଜିର ଡାକ୍ତର ୮୮ ରୋଗୀଙ୍କୁ, ଇଉରୋଲଜି ଡାକ୍ତର ୪୯ ରୋଗୀଙ୍କୁ ଏବଂ ନ୍ୟୁପ୍ରୋଲଜି ମେଡିସିନ ଡାକ୍ତର ୬୩ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ଜଣା ପଡିଛି । ଆଜି ପୁଣି ୬ ଜଣ ପ୍ରଫେସର ଏବଂ ବିଶେଷଜ୍ଞ ବିମାନରେ ମାଲକାନଗିରି ପହଞ୍ଚିଥିବା ଜଣାପଡିଛି। ତେବେ ସମସ୍ତ ଡାକ୍ତରଙ୍କୁ ଚିକିତ୍ସା ଏବଂ ବିଭିନ୍ନ ପରୀକ୍ଷାରେ ଜିଲ୍ଳା ଅତିରିକ୍ତ ଚିକିତ୍ସାଧୀକାରୀ ବ୍ରଜବନ୍ଧୁ ଦାସ ସହଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଚିକିତ୍ସା ବ୍ୟବସ୍ଥାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.