ନବରଙ୍ଗପୁର ତା ୦୩.୧୨.୨୦୨୫: ଅଶୋକ ସାହୁ, ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ,ନବରଙ୍ଗପୁରଠାରେ ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ମହା ସମାରୋହ ରେ “ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ‘ ପାଳନ କରାଯାଇଛି। ସକାଳ ଘ ୯ .୪୫ ମି ସମୟରେ ମା ଭଣ୍ଡାରଘରଣୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ ଏବଂ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଶୋଭାଯାତ୍ରାରେ ଦିବ୍ୟଙ୍ଗ ଭାଇ ଭଉଣୀ, ବରିଷ୍ଠ ନାଗରିକ, ସାମାଜିକ କର୍ମକର୍ତା, ବେସରକାରୀ ସଂସ୍ଥା ସହିତ ବିଭିନ୍ନ ସରକାରୀ ପଦାଧିକାରୀ ସାମିଲ ହୋଇ ସାଇ କଲ୍ୟାଣମଣ୍ଡପ ଠାରେ ପହଞ୍ଚି ଥିଲେ। ଉକ୍ତ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୂର ବିଶ୍ୱଜିତ୍ ଚନ୍ଦ୍ର ବର୍ମନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଲନ କରିଥିଲେ। ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧାଂଶୁ ପାତ୍ର,ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଭରତ ଚନ୍ଦ୍ର ସାହୁ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦ୍ରପୌଦୀ କହଁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ଭିନ୍ନକ୍ଷମ ସଂଘ ସଭାପତି ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର, ପୌରପାଳିକା ୱାର୍ଡ ସଭ୍ୟା ଶର୍ମିଷ୍ଠ। ଦେଓ ,” ସକ୍ଷମ” ସଭାପତି ସୁଜିତ୍ ରଥ, “ଆଶକିରଣ” ସଭାପତି ଜଗନ୍ନାଥ ବେହେରା, ସ୍ଵତନ୍ତ୍ର ଶିକ୍ଷା ଅନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ , ଦିବ୍ୟାଙ୍ଗ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ସମାଜ ରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ସମବେଦନା ବଦଳରେ ସହଯୋଗର ହାତ ବଢେଇବାକୁ ଆହ୍ବାନ ଦେଇଥିଲେ।ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ତାଙ୍କର ସାମାଜିକ,ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ରେ ବିଶେଷ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା।ଏହି ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ପୂର୍ବରୁ ଅନୁଷ୍ଠିତ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ,ଓ ଅନ୍ୟାନ୍ୟ ପ୍ରତିଯୋଗିତା ରେ ଭାଗ ନେଇ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। । ବିଭିନ୍ନ ବ୍ଲକ ରୁ ଅଧିକାରୀଙ୍କ ସହ ନବରଙ୍ଗପୂର ଜିଲ୍ଲାର ସ୍ଵତନ୍ତ୍ର ବିଦ୍ୟାଳୟ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଝରି ଗାଁ ଖଗେଶ୍ବର ଗଉଡ ଦିବ୍ୟାଙ୍ଗ ପରିବାରଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦକୁ ୨,୫୦,୦୦୦ /- ଟଙ୍କାର ଡମି ଚେକ ପ୍ରଦାନ କରାଯାଇଥିଲା। ପାରା ଅଲମ୍ପିକସ ରେ ସ୍ଵର୍ଣ ପଦକ ବିଜେତା ଜଗନ୍ନାଥ ସାଆନ୍ତଙ୍କୁ ସମ୍ମାନୀତ କରାଯାଇଥିଲା । ଦୁଇ ଜଣ ଦିବ୍ୟାଙ୍ଗ ଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ କରାଗଲା । ଏଥିରେ ସାମାଜିକ ସୁରକ୍ଷା ବିଭାଗ ର କର୍ମଚାରୀ ସହଯୋଗ କରିବା ସହ କାର୍ଯ୍ୟକ୍ରମ କୁ ଜଗନ୍ନାଥ ବେହେରା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.