ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବେଶ ସ୍ୱଚ୍ଛତା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରୋଟାରି କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ରୋଟା ରିଆନ ସୁଶାନ୍ତ କୁମାର ବେହେରା, ରୋଟରିଅନ ରାମ ଚନ୍ଦ୍ର ମିଶ୍ର ଏନ୍ଏସି କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଅଶ୍ୱିନୀ କୁମାର ନାୟକ, ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି, ବିପିଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ପିଏଚଓ ମାନସୀ ଦାଶ, ସମାଜ ସେବୀ ଭି. ଦେବୀପ୍ରସାଦ ପାତ୍ର, ଅଙ୍ଗନବାଡି ସୁପରଭାଇଜର ବିଜୟଲଷ୍ମୀ ଗୌଡ଼, ଆଇଡିସିଟି ଇନଚାର୍ଜ ବିଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରୋଟାରୀ କ୍ଲବ ସଦସ୍ୟ ମାନେ ବେଲଗୁଣ୍ଠା ମେଡିକାଲକୁ ଏକ ଗିଜର ଓ ହୁଇଲ ଚେୟାର ପ୍ରଦାନ କରିବେ ବୋଲି ପ୍ରସ୍ତାବ ରଖିଥିଲେ। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମସ୍ତ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଏଏନଏମ ସହିତ ମେଡିକାଲ କର୍ମକର୍ତ୍ତା ଏକ ରାଲି ଦ୍ୱାରା ନଗର ପରିକ୍ରମା କରିବା ସହିତ ପରିବେଶ ସ୍ୱଚ୍ଛତା ରଖିବା ପାଈଁ ବିଭିନ୍ନ ନାରା ଦେଇଥିଲେ। ବିଭିନ୍ନ ଗ୍ରାମକୁ ଯାଇ ଜନ ସଚେତନତା କାର୍ଯ୍ୟକ୍ରମ କରି ସମସ୍ତଙ୍କୁ ସଚେତନ କରାଯାଉଛି। ତା ସହିତ ପରିବେଶ ସଫା ରଖିଲେ ଆମେ ଅନେକ ରୋଗରୁ ମୁକ୍ତି ପାଇ ପାରିବା ଓ ମେଡିକାଲ ଚତୁଃପାର୍ଶ୍ଵ ସଫା ରଖିଲେ ମଶା ଦାଉରୁ ବଞ୍ଚିପାରିବା ବୋଲି ଅତିଥି ମାନେ ମତ ଦେଇଥିଲେ। ଆଶା, ଅଙ୍ଗନବାଡି ଓ ଏଏନଏମ ଲୋକମାନଙ୍କୁ ସଚେତନତା କରାଇବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତିI
Sign in
Sign in
Recover your password.
A password will be e-mailed to you.
Prev Post