ତାକୁ ଦେଖିଲେ ଯା ଆଖିରେ ବି ଲୁହ ଆସିଯିବ 

0

ସାତ ବର୍ଷର  ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି)  :  ମୟୁରଭଞ ଜିଲା ବାଙ୍ଗିରିପୋଷୀ ଥାନା ଅଞ୍ଚଳର ଏକ ଗ୍ରାମର ଜୈନେକ ସାତ ବର୍ଷ ନାବାଳିକା ଆଜି ଦୁଷ୍କର୍ମର  ଶୀକାର ହୋଇଅଛି । ଖବର ନେବାରୁ ଜଣାପଡିଅଛି ଯେ ଆଜି ସକାଳୁ ସଂପୃକ୍ତ ଛାତ୍ରୀ ଜଣକ ଗାଧେଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ଉକ୍ତ ଅଞ୍ଚଳର ଜଣେ ୧୪ ବର୍ଷର ନାବାଳକ ତାକୁ ଜୋରଜବଦସ୍ତ ପାଖରେ ଥିବା ଏକ ଜଙ୍ଗଲକୁ ଟେକି ନେଇ ତା ସହିତ ଦୁଷ୍କର୍ମ କରିଥିଲା । ଘର ଲୋକ ନାବାଳିକା ଫେରିବାର ଡେରି ହେବାର ଦେଖି ତାକୁ ଖୋଜାଖୋଜି କରିବାରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକାକୁ ଜଙ୍ଗଲରୁ ଉଦ୍ଧାର କରିଥିଲେ । ସଙ୍ଗେସଂଗେ  ତାକୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରୁ ତାକୁ ବାରିପଦା ପଣ୍ଡିତ  ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାରିପଦା ଡାକ୍ତରଖାନାରେ ସନ୍ଧ୍ୟା ୭ ଟା ରେ ପହଞ୍ଚିବାପରେ ତାକୁ ଜରୁରୀକାଳୀନ  ବିଭାଗ ରେ ରଖାଯାଇ ଚିକିତ୍ସା  କରାଯାଉଅଛି । ଚିକିତ୍ସାଧୀନ ନାବାଳିକା  ଯେଉଁଭଳି ଭାବେ ଯନ୍ତ୍ରଣାରେ ଛଟପଟ ହେଉଥିଲା ତାକୁ ଯେକେହି ଦେଖିଲେ ତା ଆଖିରେ ଲୁହ ଆସିଯିବ |  ତେବେ ପୀଡିତା ନାବାଳିକା ପରିବାର ବର୍ଗ ଙ୍କ ପକ୍ଷରୁ ଥାନାରେ କୈାଣସି ଅଭିଯୋଗ କରିନଥିବାବେଳେ ବାରିପଦା ପୋଲିସ ପକ୍ଷରୁ ଖବରପାଇ ବାଙ୍ଗିରପୋସି ଥାନା ପୋଲିସ  ଘରକୁ ଯାଇ ଅଧିକ ତଦନ୍ତ ଜାରିରଖିଅଛି । 

 

Leave A Reply

Your email address will not be published.