ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଭଞ୍ଜ ଟ୍ରଫି-୨୦୨୫ ର ଆଜିର ଷଷ୍ଠ ଦିବସୀୟ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ଫୁଲବାଣୀ ଜେ.ଡି କ୍ଳବ୍ ସହହିତ ମରାଠା ଏକାଦଶ ଭଞ୍ଜନଗର ମଧ୍ୟରେ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଭୟ ଟିମ୍ ସଂଘର୍ଷପୂର୍ଣ ଓ ବିଚକ୍ଷଣ ଖେଳ ପ୍ରଦର୍ଶନ କରି ଉଭୟ ୧-୧ ଗୋଲ କରି ସମାନ ସ୍ଥିତିରେ ଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଆଉ କୌଣସି ଗୋଲ ଦେବାରେ ସକ୍ଷମ ହୋଇ ନଥିଲେ ଓ ମ୍ୟାଚ ଡ୍ର ହୋଇଥିଲା। ଫଳରେ ସ୍କୋର ୧-୧ ରେ ଅଧାରେ ରହିଥିଲା।ରେଫରୀଙ୍କ ନିଷ୍ପତ୍ତି କ୍ରମେ ପେନାଲ୍ଟି ସୁଟ ଆଉଟର ଆଶ୍ରା ନିଆ ଯାଇଥିଲା। ଏହି ଟ୍ରାଈବେକ୍ ସହାୟତା ରେ ଫୁଲବାଣୀ ଟିମ୍ ୧ ଗୋଟି ଗୋଲ ଓ ଭଞ୍ଜନଗର ମରାଠା ଏକାଦଶ ୪ଟି ଗୋଲ ଦେବାରେ ସକ୍ଷମ ହୋଇ ବିଜୟ ଲାଭ କରି ଫାଇନାଲ ଖେଳ ପାଇଁ ଉପଯୁକ୍ତ ହୋଇପାରିଛନ୍ତି । ଏହି ରୋମାଞ୍ଚକର ବିଜୟ ସହ ଭଞ୍ଜନଗର ମରାଠା ଏକାଦଶ ଫାଇନାଲରେ ଆସନ୍ତା କାଲି ସୁନ୍ଦରଗଡ଼ ଟିମ୍ ସହିତ ଖେଳିବ। ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଟିପିଏସଓଡ଼ିଏଲ ଏସ୍ ଇ ଅଭିଜିତ ପାଢ଼ୀ ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଡିହ ପଢାଳ ସରପଞ୍ଚ ପ୍ରତିନିଧି ସୁବାଷ ଚନ୍ଦ୍ର ବରାଡ଼, କୁଲାଡ ମଣ୍ଡଳ ସଭାପତି ମନୋଜ କୁମାର ପ୍ରଧାନ, ରଞ୍ଜିତ ପାତ୍ର ଙ୍କ ସହିତ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ସମ୍ପାଦକ ମାନସ ଜେନା, ଉପ ସଭାପତି ଧିରେଶ ମହାନ୍ତି, ସହ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର,ନଗରପାଳ ଗୋପବନ୍ଧୁ ମହାପାତ୍ର ସଭା ମଞ୍ଚରେ ଉପସ୍ଥିତ ରହି ଖେଳ କୁ ଆନନ୍ଦିତ ଭାବରେ ଉପଭୋଗ କରିଥିଲେ। ଏବଂ ଆଜିର ଖେଳରେ ମଧ୍ୟ ହଜାର ହଜାର ଦର୍ଶକଙ୍କ ଉପସ୍ଥିତ କୋଳାହଳ ଖେଳର ବାତାବରଣ କୁ ଆହୁରି ରୋମାଞ୍ଚକର ପରିବେଶ ସୃଷ୍ଟି କରିପାରିଛି। ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତି ଭାସନ , ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ଭାରତି ଦେବୀ ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲି କୃଷ୍ଣ ପଣ୍ଡା ଓ କିଛି ଯନ୍ତ୍ରୀ କିଛି ସମୟ ପାଇଁ ଖେଳ କୁ ପରିଦର୍ଶନ କରି ଯାଇଥିବାର ଦେଖାଯାଇଥିଲା। ପ୍ରାପ୍ତ ସୁଚନା ମୁତାବକ କୈ।ଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବା ଜଗନ୍ନାଥ ପ୍ରସାଦ ଅଞ୍ଚଳ ପରିଦର୍ଶନ କରିବାରେ ଆସିଥିବା ଜିଲ୍ଲାପାଳ ଙ୍କ ସହିତ ଅନ୍ୟ କିଛି ପ୍ରଶାସନିକ ଅଧିକାରୀ କିଛି ସମୟ ଖେଳ ପରିଦର୍ଶନ କରି ଯାଇଥିବାର ହଠାତ୍ ଦେଖାଯାଇଥିଲା। ଆଜିର ମ୍ୟାଚ୍ ରେ ରେଫରୀ ଦିଲୀପ କୁମାର ରାଉତଙ୍କୁ ରୋସନ ଖାନ୍, ଦେବବ୍ରତ ବେହେରା,ସୁଜିତ ରାଜହଂସ ମ୍ୟାଚ୍ କମିଶନର ପି. ରମେଶ ରାଓ ସହଯୋଗ କରିଥିଲେ। ସମୁଦାୟ କାର୍ଯ୍ୟକ୍ରମ ରେ ସୁଶାନ୍ତ କୁମାର ବେହେରା ଅତି ସୁନ୍ଦର, ସୁଲଳିତ,ପରିମାର୍ଜିତ ଭାବରେ ଉପସ୍ଥିତ ଦର୍ଶକ ଓ ଖେଳାଳୀ ମାନଙ୍କୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଏବଂ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନେ ଖେଳ ଉଦଘାଟନୀ ଠାରୁ ଆଜିର ୬ ଷ୍ଠ ଦିବସ ପର୍ଯ୍ୟନ୍ତ ଥଣ୍ଡା, କାକର,ଶିତ,ଜାଡରେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିଛନ୍ତି। ପଡ଼ିଆର ଦାୟିତ୍ଵ, ଦର୍ଶକ ମାନଙ୍କ ସୁରକ୍ଷା ସହିତ ବହୁ ଦୁର ଦୁରାନ୍ତରରୁ ଖେଳିବା ପାଇଁ ଆସିଥିବା ସୁନାମଧନ୍ୟ ଖେଳାଳି ମାନଙ୍କ ସମସ୍ତ ନିତ୍ୟ ପ୍ରତିଦିନ କାର୍ଯ୍ୟକ୍ରମ ର ସୁଚାରୁରୂପେ ଦାୟିତ୍ଵ ନିର୍ବାହ କରିଚାଲିଛନ୍ତି |
Sign in
Sign in
Recover your password.
A password will be e-mailed to you.