ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତର ପୂର୍ବତନ ସରପଞ୍ଚ ଜୟରାମ ନାୟକ ଅନାସ୍ଥାରେ ହାରିଯିବା ପରେ କିଛି ମାସ ଧରି ନାଏବ ସରପଞ୍ଚ ସଲୀଳା ମହାରଣା ସରପଞ୍ଚ ଦାୟିତ୍ୱ ତୁଲାଇ ଆସୁଥିଲେ I ଚଳିତ ମାସରେ ପାଇଲିପଡ଼ା ପଂଚାୟତର ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ପରେ ବିଜେଡ଼ି ତରଫରୁ ପୂର୍ବତନ ସରପଞ୍ଚ ଜୟରାମ ନାୟକ ଏବଂ ବିଜେପି ତରଫରୁ ଶିବରାମ ମହାରଣା ପ୍ରାର୍ଥୀପତ୍ର ଦାଖଲ କରିଥିଲେ I ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଆଜି ବାର ଘଣ୍ଟା ସମୟରେ ବିଜେଡ଼ି ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ସରପଞ୍ଚ ଜୟରାମ ନାୟକ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବେଲଗୁଣ୍ଠା ବିଡ଼ିଓ କଳାକୃଷ୍ଣ ପ୍ରଧାନ ଏବଂ ଏବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ I ଜୟରାମ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଶିବରାମ ମହାରଣାଙ୍କୁ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଭାବେ ଅପରାହ୍ଣ ତିନି ଘଣ୍ଟା ସମୟରେ ଘୋଷଣା କରାଯାଇଥିଲା I ଏହା ପରେ ସୋରଡ଼ା ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା ଏବଂ କର୍ମୀଙ୍କ ଉପସ୍ଥିତିରେ ଜୟରାମ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ I ସେ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ଲୋକପ୍ରିୟତା, ଉନ୍ନତ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀରେ ପ୍ରଭାବିତ ହୋଇ ଜୟରାମ ବିଜେପିରେ ସାମିଲ୍ ହୋଇଥିବା କଥା ପ୍ରକାଶ କରିଥିଲେ I ଯୁବ ସଂଗଠକ ଜିତେନ୍ଦ୍ର ନାୟକ ଦଳୀୟ ଉତ୍ତରୀୟ ପିନ୍ଧାଇ ଜୟରାମଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ I ଆଗାମୀ ଦିନରେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଜେପିକୁ ସହଯୋଗ କରିବେ ବୋଲି ଜୟରାମ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ରାଜ୍ୟ ପରିଷଦ ବିଜେପି ସଦସ୍ୟ ପ୍ରହଲ୍ଲାଦ ଲେଙ୍କା, ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, ନଗର ବିଜେପି ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠି, ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କେ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ବରିଷ୍ଠ ଯୁବ ନେତା ଲକ୍ଷ୍ମଣ ପରିଡ଼ା, ସରପଞ୍ଚ ସତ୍ୟବାନ ସ୍ଵାଇଁ, କମଳ କୁମାରୀ ପ୍ରଧାନ, ଶୁକଦେବ ସ୍ୱାଇଁ, ଅଚ୍ୟୁତ ସାହୁ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ଯୁବ ନେତା କୃଷ୍ଣ ସାହୁଙ୍କ ସମେତ ବିଭିନ୍ନ ପଂଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେପି ସଂଗଠକ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post