ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଯୁବୋତ୍ସବ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦଘାଟିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଯୁବୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।
ଉକ୍ତ ଉତ୍ସବରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି , ଡ଼.ମାୟାଧର ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ପ୍ରମୁଖ ମଞ୍ଚଶିନ ଥିଲେ।
ଏହି ଯୁବସେବା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପାରମ୍ପରିକ କଳାକାରମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏବଂ ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଭିନବ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ଉପସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା। ଏହି ଉତ୍ସବରେ ସମସ୍ତ ଯୁବକ ଯୁବତୀ ୧୫-୨୯ ବର୍ଷ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆସିଥିବା ଶତାଧିକ ଯୁବକ ଯୁବତୀ ଉତ୍ସାହଭରିତ ଭାବରେ ଅଂଶଗ୍ରହଣ କରିଥିଲେ। ‘ବିକଶିତ ଭାରତ’ ଗଢ଼ି ତୋଳିବାରେ ଯୁବଶକ୍ତିର ଭୂମିକା , ନେତୃତ୍ବ ବିକାଶ , ସମାଜସେବା , ଡିଜିଟାଲ ସକ୍ଷମତା ନେଇ ସଚେତନତା କରାଯାଇଥିଲା।
ଉକ୍ତ ଉତ୍ସବରେ ଯୁବମାନଙ୍କ ପାଇଁ କାହାଣୀ ଲିଖନ ପ୍ରତିଯୋଗିତା , କବିତା ଲିଖନ , ବିଜ୍ଞାନ ପ୍ରଦର୍ଶନୀ ମେଳା , ଚିତ୍ର କଳା , ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା କାଲି ଲୋକ ନୃତ୍ୟ ଓ ଲୋକ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଆସନ୍ତା କାଲି ସମସ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.