ଭୁବନେଶ୍ୱରର ତା 28/11 ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ପଞ୍ଚମ ଅଡିଟ ସପ୍ତାହ ଉଦଯାପନୀ ସମାରୋହ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉଦଯାପନୀ ସମାରୋହରେ ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ବମପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମହାଲେଖାକାର ଡି.ସାହୁ, ସୁବୁ. ଆର, ମହାଲେଖାକାର ଅତୁଲ ପ୍ରକାଶ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ଜାତୀୟ ସଂଗୀତ ଓ ପ୍ରଦୀପ ପ୍ରଜ୍ବଳନ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ମହଲେଖାକାର ଶ୍ରୀ ଡି. ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଓଡିଶା ଏଜି ବିଭିନ୍ନ ସରକାରୀ କାର୍ଯ୍ୟକୁ ସରଳ, ସୁଗମ ଓ ଶୀଘ୍ର ସମ୍ପାଦନ ପାଇଁ ଉନ୍ନତ କୌଶଳ ଯଥା ନୂତନ ସଫ୍ଟୱେୟାର ପ୍ରସ୍ତୁତି ଓ ଏ ଆଇ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ନିର୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରି ଦେଶରେ ପ୍ରଶଂସା ଭାଜନ ହୋଇପାରିଛି ପ୍ରକାଶ କରିଥିଲେ । ଦେଶର ବିଭିନ୍ନ ଏଜି କାର୍ଯ୍ୟାଳୟରୁ ଅଧିକାରୀମାନେ ଏହି ନୂତନ କୌଶଳ ତାଲିମ ନେବାପାଇଁ ଓଡିଶା ଏଜିକୁ ଆସୁଛନ୍ତି ବୋଲି ପ୍ରକାଶ କରିଥିଲେ l ମାନ୍ୟବର ରାଜ୍ୟପାଳ ଡକ୍ଟର କାମ୍ବମପତି ତାଙ୍କ ଅଭିଭାଷଣରେ ଭାରତର ମହା ଲେଖା ନିୟନ୍ତ୍ରକ ଏବଂ ମହା ଲେଖା ପରୀକ୍ଷକ(ସିଏଜି)ଙ୍କ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଦାୟିତ୍ୱ ସୁନିଶ୍ଚିତ କରିବାରେ ୧୫୦ ବର୍ଷରୁ ଅଧିକ ବର୍ଷର ଐତିହ୍ୟକୁ ପ୍ରଶଂସା କରିଥିଲେ। ସେ ପ୍ରଭାବଶାଳୀ ଢଙ୍ଗରେ କାମ କରିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଉପକରଣ ଗୁଡିକ ଆପଣେଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶାସନରେ ଦକ୍ଷତା ବୃଦ୍ଧି କରିବା ପାଇଁ ରାଜ୍ୟପାଳ ଅଡିଟ୍ କାର୍ଯ୍ୟାଳୟ ଏବଂ କାର୍ଯ୍ୟନିର୍ବାହୀ ବିଭାଗ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ପ୍ରଧାନ ମହାଲେଖାକାର ଶ୍ରୀ ସୁବୁ ଆର. ଧନ୍ୟବାଦ ଅର୍ପଣ କରିବା ସହ ରାଜ୍ୟପାଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗ ଆଗାମୀ ବର୍ଷଗୁଡ଼ିକରେ କାର୍ଯ୍ୟ ସମ୍ପାଦନରେ ଉତ୍କର୍ଷତା ପାଇଁ ପ୍ରୟାସ ଜାରି ରଖିବା ସହିତ ଅଡିଟ ପାରା ଗୁଡିକର ତ୍ୱରିତ କାର୍ଯ୍ୟକାରିତା ପାଇଁ ଜି-କନେକ୍ଟ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଦେଶରେ ପ୍ରଥମ ଥର ପାଇଁ ଅଡିଟ ଅଦାଲତ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରକାଶ କରିଥିଲେ l ସାଧାରଣ ଅଡିଟିଂରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନବସୃଜନ ପ୍ରତି ପ୍ରତିବଦ୍ଧତା ପାଇଁ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ବୋଲି ପ୍ରକାଶ କରିଥିଲେ l ଏହାପରେ ଅଡିଟ ଓ ଏକାଉଣ୍ଟସ କ୍ଷେତ୍ରରେ ଉଲ୍ଲେନୀୟ ଅବଦାନ ପାଇଁ ମହାଲେଖାକାର କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା l ଅଡିଟ ସପ୍ତାହ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ସହ ମହିଳାମାନଙ୍କ ରଙ୍ଗୋଲି ପ୍ରତିଯୋଗିତାର ବିଜେତା ମାନଙ୍କୁ ଉପସ୍ଥିତ ପ୍ରଧାନ ମହାଲେଖାକାର ଓ ମଲେଖାକାର ପୁରସ୍କାର ପ୍ରଦାନ କରିଥିଲେ l ଉପ ମହାଲେଖାକାର ସୁଶ୍ରୀ ପ୍ରଥମା ପ୍ରତୀକ୍ଷା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post