କାଶୀପୁର ରୁ ବୈକୁଣ୍ଠ ଦୁରିଆ – କାଶୀପୁର ଓ ଲକ୍ଷ୍ମୀପୂର ବ୍ଲକ ସୀମାନ୍ତ ଅଞ୍ଚଳ କଂସାରିଗୁଡା ଠାରେ ନିର୍ମାଣ ଧିନ ଆଦିତ୍ୟ ଆଲୁମିନା ପ୍ରକଳ୍ପ ପାଇଁ ସରକାର ଓ କାରଖାନା କର୍ତ୍ତୃପକ୍ଷ ଙ୍କ ମିଳିତ ଉଦ୍ୟମ ରେ ଡି ପି କଲୋନୀ ପାଈଁ ନିଷ୍ପତ୍ତି ହୋଇଥିଲା ବର୍ତମାନ କାରଖାନା ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଅଗ୍ରସର ହେଉଥିବା ବେଳେ ବିରୀଗୁଡ଼ା କଲୋନୀ ଅଞ୍ଚଳ ବାସୀଙ୍କୁ ବର୍ତ୍ତମାନ ସୁଦ୍ଧା ଡିପି ର ମାନ୍ୟତା ମିଳିନଥିବା ନେଇ ବହୁ ବାର ପ୍ରଶାସନିକ ସ୍ତରରେ କୋରାପୁଟ ଜିଲ୍ଲାପାଳ ଓ ରାୟଗଡା ଜିଲ୍ଲାପାଳ ଏବଂକୋରାପୁଟ ସାଂସଦ ଙ୍କ ନିକଟରେ ଦ୍ୟାରସ୍ତ ହୋଇ ନିଜର ଅଭିଯୋଗ ଜଣାଇବା ପରେ ଆଜି ଅର୍ଥାତ ୨୮ତାରିଖ ଶୁକ୍ରବାର ଦିନ ବିରିଗୁଡା କଲୋନୀ ଅଞ୍ଚଳ ର ଶତାଧିକ ମହିଳା ଓ ପୁରୁଷ ଆଦିତ୍ୟ ଆଲୁମିନା ରିଫାନେରୀ ପ୍ରକଳ୍ପ କଂସାରିଗୁଡା କାର୍ଯ୍ୟାଳୟ ଠାରେ ପହଞ୍ଚି କାରଖାନା ମୁଖ୍ୟ ଙ୍କ ଶହ ଶାନ୍ତିପୂର୍ଣ୍ଣ ଆଲୋଚନା କରିଥିଲେ ଏହି ଆଲୋଚନା ସମୟ ରେ ବିରିଗୁଡା କଲୋନୀ ବାସୀ କାରଖାନା ମୁଖ୍ୟ ଶ୍ରୀ ମଜହର ବେଗ ଙ୍କୁ ନିଜ ନିଜ ସମସ୍ୟା ପ୍ରତୀ ଅବଗତ କରାଇ ଯଥା ଶୀଘ୍ର ବିରିଗୁଡା କଲୋନୀ ବାସୀ ଙ୍କୁ ଡ଼ିପି ର ମାନ୍ୟତା ଦେବା ପାଇଁ ଅନୁରୋଧ କରିଥିଲେ ଏହି ପରିପ୍ରେକ୍ଷରେ କାରଖାନା ମୁଖ୍ୟ ଶ୍ରୀ ବେଗ ସ୍ପଷ୍ଟ ମତ ରଖିଥିଲେ କାରଖାନା ପକ୍ଷରୁ ବିରୀଗୁଡା କୋଲାନିକୁ ଡି ପି ମାନ୍ୟତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ଖୁବ କମ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଶହ ଆଲୋଚନା କରି ଆର. ପି.ଡି.ଏସ ବୈଠକ କରି ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଆକର୍ଷଣ କରିବେ ଆଜିର ଏହି ଦି ପାଖିକ ଆଲୋଚନାରେ କାରଖାନା ମୁଖ୍ୟ ଶ୍ରୀ ମଜହର ବେଗ ଆଡମିନ ବିଗନେଶ ବ୍ରିଗେଡିଅର ମହାନ୍ତି ଏବଂ ସି ଏସ ଆର ଓ ଆରଆର ମୁଖ୍ୟ ତନ୍ମୟ ମହାନ୍ତି ଉପସ୍ଥିତ ରହିଥିବା ବେଳେ ଅଞ୍ଚଳ ବାସୀଙ୍କ ପକ୍ଷରୁ ଅଗସ୍ତି ହଲବା, ବିପନ ମାଣ୍ଡିଙ୍ଗା, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଡଉଲ ରତ୍ନ ଚୌଧୁରୀ, ଓଡ଼ିଆପେଣ୍ଠ ସରପଞ୍ଚ ବଂଶିଧର ମାଣ୍ଡିଙ୍ଗା, ଜିଲ୍ଲା ପରିଷଦ ସଭ୍ୟା ପୀଙ୍କି ହିମରିକା, ସହଦେବ ବିଡ଼ିକା,ପୂର୍ଣ୍ଣ ଚନ୍ଦ୍ର ମାଣ୍ଡିଙ୍ଗା ପ୍ରମୂଖ ଉପସ୍ଥିତ ରହିଥିଲେ |
Sign in
Sign in
Recover your password.
A password will be e-mailed to you.