ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ୫୪ଟି ବୃହତ୍ ଶିଳ୍ପସଂସ୍ଥା ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି । ଏଥି ମଧ୍ୟରୁ ୧୪ଟି ବୃହତ୍ ଶିଳ୍ପସଂସ୍ଥା ସ୍ଥାପିତ ହୋଇ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛନ୍ତି ।
ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସ୍ଥାପିତ ୧୪ଟି ବୃହତ୍ ଶିଳ୍ପସଂସ୍ଥା ମଧ୍ୟରେ ରହିଛି ଇଷ୍ଟର୍ଣ୍ଣ ଷ୍ଟିଲ୍ ଆଣ୍ଡ ପାୱାର, ବେଦାନ୍ତ ପାୱାର, ବେଦାନ୍ତ ଆଲୁମିନିୟମ, କନକାଷ୍ଟ ଷ୍ଟିଲ ଆଣ୍ଡ ପାୱାର, ଓରିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ, ଷ୍ଟେରାଲାଇନ୍ ଟେକ୍ନୋଲୋଜି ଲିମିଟେଡ, ଜେଏସଡବ୍ଲୁ ଏନର୍ଜି, ଅଲଟ୍ରାଟେକ୍ ସିମେଣ୍ଟ, ରୁନାୟା ରିଫାଇନିଙ୍ଗ ଏଲଏଲପି, ମେଫେୟାର ହୋଟେଲସ ଆଣ୍ଡ ରିସୋର୍ଟ ଲିମିଟେଡ ଆଦି ରହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post