ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ବରପାଲି ଲକ୍ଷେଘରିଆ ଦଳିତ ଉନ୍ନୟନ ସଂଘ ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଭବନଠାରେ ବରଗଡ଼ ଜିଲ୍ଲାସ୍ତରୀୟ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଛି।ସଂଘ ପକ୍ଷରୁ ସର୍ବପ୍ରଥମେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ଆମ୍ବେଦକର ପନ୍ଥୀ ଏକ ଶୋଭାଯାତ୍ରାରେ ବାହାରି ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ ପରେ ଲବଣୀଧର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଉରକେଲା ବୁଦ୍ଧିଷ୍ଟ୍ ସୋସାଇଟି ଅଧ୍ୟକ୍ଷ ସୁଶାନ୍ତ କୁମାର ବିଭାର ମୁଖ୍ୟ ଅତିଥି,ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସଂଯୁକ୍ତା ସୁନା ସମ୍ମାନୀତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ମାନସ ଜେନା ମୁଖ୍ୟବକ୍ତା ଆସନରେ ମଞ୍ଚାସୀନ ରହିଥିଲେ ।ବରପାଲି କଲେଜ ଅଧ୍ୟାପକ ଗଙ୍ଗାଧର ମହାନନ୍ଦଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ବୀରେନ୍ଦ୍ର ନାଥ ନାଗଙ୍କ କର୍ତ୍ତୃକ ଅନୁଷ୍ଠାନର ବିବରଣୀ ପାଠ କରାଯାଇଥିଲା।ଏହାପରେ ବରଗଡ଼ ଜିଲ୍ଲା ସ୍ତରୀୟ ଭାରତୀୟ ସମ୍ବିଧାନ ଆଧାରିତ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବରପାଲି ଲିଟିଲ୍ ଏଞ୍ଜେଲ୍ସ୍ ପବ୍ଲିକ୍ ସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଝାନ୍ସୀ ବନଛୋରଙ୍କୁ ଉପଢୌକନ ,ଟ୍ରଫି,ପ୍ରମାଣ ପତ୍ର ସହ ବାର ହଜାର ଟଙ୍କାର ଚେକ୍ ତଦ୍ ସଙ୍ଗେ ତୃତୀୟ ସ୍ଥାନ ଅଧିକାର କରିଥିବା ଆକାଙ୍କ୍ଷା ପଧାନଙ୍କୁ ୨ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post