ଓଡ଼ଗାଁ,୨୬/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଆଇଏମଆଇଟି (ପିମିଟି) ମହାବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ମହାସମାରୋହ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନିଲି କୁମାର ମହାପାତ୍ର ସମ୍ବିଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ଯୁକ୍ତ ଦୁଇର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଏହାର ଗଠନ ଏବଂ ରାଷ୍ଟ୍ର ପରିଚାଳନାରେ ସମ୍ବିଧାନର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ ଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ରଘୁନାଥ ସମବାୟ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ନିହାର ରଞ୍ଜନ ପ୍ରଧାନ ଜାତିଭେଦ ତଥା ସମାଜରେ ନାରୀ ଓ ପୁରୁଷ କିଭଳି ଭାବେ ସମାନତା ପାଇବେ ସେ ଉପରେ ନିଜର ମତ ରଖିଥିଲେ। ଅଧ୍ୟାପିକା ପ୍ରୀତିପ୍ରଜ୍ଞା ମହାପାତ୍ର ସମ୍ବିଧାନର ପ୍ରସ୍ତାବନା ପାଠ କରିଥିବା ବେଳେ ପ୍ରତିଭା ବାରିକ ସମ୍ବିଧାନର ନୀତି ନିୟମ ବିଷୟରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ଏବଂ ଅଧ୍ୟାପିକା ଆଲିସା ଜେନା ସମ୍ବିଧାନର ସାମାଜିକ ନ୍ୟାୟ ଉପରେ ନିଜର ମତ ପ୍ରକାଶ କରିଥିଲେ। ରାଜନୀତି ବିଭାଗ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ଲିପିକା ପ୍ରିୟଦର୍ଶିନୀ ବାଘ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଏବଂ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟବିଜ୍ଞାନ ମେଳା ଅନୁଷ୍ଠିତ
Next Post