୩୬ ପ୍ରକଳ୍ପରୁ ୪ ପ୍ରକଳ୍ପ ବ୍ଳକ୍ ସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ
ଓଡ଼ଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୁଧବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଅଛି।ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ପରମାନନ୍ଦ ଦଳାଇ,ବିଜ୍ଞାନ ଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ ଓ ଶିକ୍ଷୟିତ୍ରୀ କଲ୍ୟାଣୀ ପୋଲାଇଙ୍କ ମାର୍ଗ ଦର୍ଶନରେ “ବିଜ୍ଞାନର ବିକଳ୍ପ ହିଁ ପ୍ରକଳ୍ପ” ବିଷୟ ଉପରେ ଆଧାରିତ ପ୍ରକଳ୍ପ ଗୁଡ଼ିକୁ ଛାତ୍ରୀ ମାନଙ୍କ ଦ୍ଵାରା ୩୬ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କନିଷ୍ଠ ବର୍ଗରେ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପ୍ରଥମ ଏବଂ ଆରୋଷିକ ସାହୁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ଦିବ୍ୟଜ୍ୟୋତି ନାୟକ ପ୍ରଥମ ଏବଂ ପାବନି ପ୍ରିୟମ୍ବଦା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଏହି ୪ ପ୍ରକଳ୍ପ ଆସନ୍ତା ୧ ତାରିଖରେ ଜନଶକ୍ତି ବିଦ୍ୟାନିକେତନ ଦେଓଗାଁ ଭାଲିଆଡିହି ଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ଳକ ସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ ହୋଇଥିଲେ।କୁରାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ ଓ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଗୌଡ଼ପୁଟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ଦୋରା ବିଚାରକ ଭାବରେ ପ୍ରକଳ୍ପ ଗୁଡ଼ିକୁ ମନୋନୀତ କରିଥିଲେ।ଶିକ୍ଷକ ଜ୍ୟୋତି ପ୍ରକାଶ ପ୍ରଧାନ, ସନ୍ତୋଷ କୁମାର ମହାପାତ୍ର,ଖେଳ ଶିକ୍ଷକ ଦୀପ୍ତି ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।