କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆର୍ଥିକ କାରବାର,ସେବା,ଚିକିତ୍ସା ଓ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ହ୍ୟୁମାନଙ୍କ ମା’ଙ୍କୁ ନ୍ୟାୟ,ସୁରକ୍ଷା ପ୍ରଦାନ ନେଇ ଅଭିଯୋଗ
କଟକ ତା ୨୬-୧୧-୨୦୨୫ ରିଖ / ରଂଜିତ ମହାପାତ୍ର : ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ ଓ ସହଯୋଗିଙ୍କ ସହିତ ଆଜି ଲିଖିତ ଅଭିଯୋଗ କରିଛନ୍ତି ମଧୁପାଟଣା ଥାନାରେ।ଓଡିଆ ଜଗତରର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ଵ ହେବ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର,ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଦାନ କରି ବ୍ୟାପକ ଅର୍ଥ ରୋଜଗାର କରିଥିଲେ।ହ୍ୟୁମାନଙ୍କ ଟିମରେ ଥିବା ମ୍ୟାନେଜର,ସହଯୋଗୀ ହ୍ୟୁମାନଙ୍କୁ ନେଇ ଷ୍ଟେଜ୍ ପ୍ରୋଗ୍ରାମ କରାଇ ବ୍ୟାପକ ଅର୍ଥ ରୋଜଗାର କରିବା ସହ ଉକ୍ତ ଅର୍ଥକୁ ନିଜ ଅକ୍ତିଆରେ ରଖି କାରବାର କରୁଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି।କିନ୍ତୁ କିଛି ଦିନ ପୂର୍ବରୁ ହ୍ୟୁମାନଙ୍କ ଶରୀର ଅତି ଜଟିଳ ହେବା ସତ୍ତ୍ବେ ଷ୍ଟେଜ ପ୍ରୋଗ୍ରାମ କରାଉଥିବା ଯୋଗୁଁ ହ୍ୟୁମାନ ଦେହ ଅସୁସ୍ଥ ହୋଇ ମେଡିକାଲରେ ଆଡ଼ମିଶନ ହୋଇଥିଲେ। କିନ୍ତୁ ଏହି ମ୍ୟାନେଜରଙ୍କ ସହ ହ୍ୟୁମାନଙ୍କ ଟିମ ତାଙ୍କ ପରିବାର,ବନ୍ଧୁବର୍ଗ ଓ ସହଯୋଗୀଙ୍କୁ ଜଣାଉ ନ ଥିଲେ।ହ୍ୟୁମାନଙ୍କ ମ୍ୟାନେଜର ସମେତ ଟିମ୍ ସଦସ୍ୟ ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିବା, ହ୍ୟୁମାନ ରୋଜଗାର କରିଥିବା ବ୍ୟାପକ ଅର୍ଥ ହେରଫେର କରିବା ସହ ହ୍ୟୁମାନଙ୍କୁ ମୃତ୍ୟୁ ମୂଖକୁ ଠେଲି ଦେଇଥିଲେ।ଯାହାଦ୍ଵାରା ଗତ ନଭେମ୍ବର ୧୭ତାରିଖରେ ମୃତ୍ୟୁ ହୋଇଥିଲା ହ୍ୟୁମାନଙ୍କ ଭାଇ ଓ ବାପା ପୁର୍ବରୁ ମୃତ୍ୟୁବରଣ କରିଥିଲେ।ହ୍ୟୁମାନଙ୍କ ମା ହ୍ୟୁମାନଙ୍କ ଏକମାତ୍ର ସାହାଭରସା ଥିଲେ।ମୃତ୍ୟୁ ପରେ ବର୍ତମାନ ଅନେକ କଥା ଓ ଅଭିଯୋଗ ଲୋକଲୋଚନକୁ ଆସିଲାଣି ହ୍ୟୁମାନଙ୍କ ଷ୍ଟେଜ୍ କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ବାବଦରେ କୋଟିକୋଟି ଅର୍ଥ ବେଳେ ଚିକିତ୍ସାରେ ବ୍ୟାପକ ଅବହେଳା କରୁଥିବା ଦେଖାଯିବା ସହ ଆର୍ଥିକ ହେରଫେର ହୋଇଛି। ଏହି ଭଳି ତଥ୍ୟ ପଦାକୁ ଆସିବାରେ ତାଙ୍କ ମା ଧମକ ଦିଆଯାଇଛି ବୋଲି ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ । ସେ ଆହୁରି କହିଛନ୍ତି ହ୍ୟୁମାନଙ୍କ ଆର୍ଥିକ କାରବାର,ଚିକିତ୍ସା ଓ ସେବା ଅବହେଳା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ହ୍ୟୁମାନଙ୍କ ପରିବାରବର୍ଗଙ୍କୁ ନ୍ୟାୟ, ସୁରକ୍ଷା ପ୍ରଦାନ କରାଯାଉ।