କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଯୁବ ଉତ୍ସବ ନିମନ୍ତେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପ୍ରଶାସନ (କ୍ରୀଡା ବିଭାଗ) ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଯୁବ ଉତ୍ସବ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ସ୍ଥାନୀୟ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ୧୫ ବର୍ଷରୁ ୨୯ ବର୍ଷ ବୟସ୍କ ଯୁବକ ଯୁବତୀ ମଧ୍ୟରେ ବକ୍ରୁତା, କବିତା ଲିଖନ , ଚିତ୍ରାଙ୍କନ,ଲୋକ ସଙ୍ଗୀତ, ଲୋକନୃତ୍ୟ (ଦଳଗତ) ପ୍ରତିଯୋଗିତା ଅନୁଷ୍ଠିତ ହେବ | ଏହା ପୂର୍ବରୁ ୨ ତାରିଖ ଦିନ ଏହି ପ୍ରତିଯୋଗିତା ମାନ ବ୍ଲକସ୍ତରରେ ଆୟୋଜିତ ହୋଇ ଶ୍ରେଷ୍ଠ ବିଜେତା ଜିଲ୍ଲାସ୍ତରରେ ଅଂଶଗ୍ରହଣ କରିବେ | ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଦଳଗତ ପାଇଁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୧୦ ହଜାର,୭୫୦୦ ହଜାର ଏବଂ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ | ବକ୍ତୃତା, କବିତା ଲିଖନ ଏବଂ ଚିତ୍ରାଙ୍କନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ୩୦୦୦, ୨୦୦୦ ଏବଂ ୧୦୦୦ ଟଙ୍କା ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ନବକୃଷ୍ଣ ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ,ତୁଳସୀ ମହିଳା ମହାବିଦ୍ୟାଳୟର ଡିପିଓ ପଦ୍ମଜା ଶଥପଥୀ,କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ରୁ ଅଧ୍ୟାପକ ରଞ୍ଜିତ କୁମାର ଦାସ,ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ,ଶିକ୍ଷା ବିଭାଗର ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରକାଶ ଥାଉକି ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଆସନ୍ତା ୨ ତାରିଖ ଦିନ ଡେରାବିଶ ବ୍ଲକ ଏଚଏନଏସ କଲେଜ, ଚାନ୍ଦୋଳ, କେନ୍ଦ୍ରାପଡ଼ ବ୍ଲକ ପାଇଁ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ , ପଟ୍ଟାମୁଣ୍ଡାଇ କଲେଜ, ଏସ ଜେ କଲେଜ ରାଜ ନଗର, ମାର୍ଶାଘାଇ କଲେଜ, ଏଲ ଏନ କଲେଜ କରୁଆ, ଗରଦପୁର,ଏସଏସଵି କଲେଜ, ମହାକାଳପଡ଼ା, ଏସଏନ କଲେଜ ରାଜକନିକା ଏବଂ ଆଳି କଲେଜରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ | ଜିଲ୍ଲାସ୍ତରରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଏବଂ ବ୍ୟକ୍ତିବିଶେଷ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ |
Sign in
Sign in
Recover your password.
A password will be e-mailed to you.