ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଇସକ୍ରିମ ଦେବା ବାହାନରେ ତିନି ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଜଣେ ବ୍ୟକ୍ତି। ମାଲକାନଗିରି ଜିଲ୍ଲାର ଏମଭି ୭୨ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହା ଜାଣିବା ପରେ ଏମଭି ୭୯ ଥାନାରେ ପୀଡ଼ିତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ସମସ୍ତ ପୀଡ଼ିତାଙ୍କ ବୟସ ୭ ବର୍ଷରୁ କମ ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ କିପରି ଏହି ଘଟଣା ଘଟାଇଲ ତାହାକୁ ନେଇ ବର୍ତ୍ତମାନ ଲୋକେ ଆଶ୍ଚର୍ଜିତ ହୋଇ ପଡିଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଅଟକ ରଖିଛି। ଏହି ଘଟଣା ଅଞ୍ଚଳରେ ଅନେକ ପ୍ରଶ୍ନ ଉଠାଇ ଥିବା ବେଳେ ପୂର୍ବରୁ ମଧ୍ୟ ଏହି ଗ୍ରାମର ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ସହ ହତ୍ୟା ହୋଇଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଆସି ନଥିବା ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ଏପରି ଘଟଣା ପରେ ନାରୀ ସୁରକ୍ଷା ଉପରେ ବଡ ପ୍ରଶ୍ନ ଉଠିଛି। ଦିନକୁ ଦିନ ଏପରି ଘଟଣା ବଢିବାରେ ଲାଗିଥିବା ବେଳେ ସରକାର ଓ ପ୍ରଶାସନ ଏଦିଗରେ ବିଶେଷ ଦ୍ରୁଷ୍ଟି ଡେନଥିବା ହେତୁ ଏପରି ଘଟଣା ବଢିବାରେ ଲାଗିଥିବା ସାଧାରଣରେ ଅଭିଯୋଗ ହେଉଛି।
Sign in
Sign in
Recover your password.
A password will be e-mailed to you.