ଓଡ଼ଗାଁ,୨୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୋତିସାହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋତିସାହି ଗ୍ରାମର ବନ୍ଧସାହିକୁ ଦୈନ ଦିନର ଗମନାଗମନ ନିମନ୍ତେ ପକ୍କା ସଡ଼କ ନିର୍ମାଣ ପାଇଁ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟି
ସାହି ପ୍ରତିନିଧି ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ଠାରୁ ମାତ୍ର ୭କିଲୋମିଟର ଦୂର ନୟାଗଡ଼ – ଭଞ୍ଜନଗର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ବନ୍ଧ ସାହିରେ ୨୫ ରୁ ୩୦ ପରିବାର ବସବାସ କରିଥାନ୍ତି । ଦୀର୍ଘବର୍ଷ ଧରି ଆମ୍ଭେ ବନ୍ଧସାହି ବାସିନ୍ଦା ଖାଲ ଖମା ଓ ସନ୍ତସନ୍ତିଆ ମାଟି ରାସ୍ତାରେ ଯିବା ଆସିବା ପାଇଁ ଘୋର ଅସୁବିଧା ଭୋଗ କରି ଆସୁଛୁ । ବର୍ଷା ଦିନେ ରାସ୍ତାର ଦୟନୀୟ ଅବସ୍ଥା ହେତୁ ପିଲା ମାନେ ସ୍କୁଲ ଯିବା ସମୟରେ କାଦୁଅରେ ପଡ଼ି ଉଠି ପାରିହୋଇ ସ୍କୁଲ ଯିବାକୁ ପଡୁଛି । ବହି ବସ୍ତାନି କାଦୁଅ ପାଣିରେ ବୁଡି ଯାଉଛି । ସାହିର ଦୁଇ ଜଣ ଯୁବକ କୀଡୀନ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାଇଲିସିସ ହେଉଥିବା ବେଳେ ଅଚାନକ ଗୁରୁତର ହେବାରୁ ନୟାଗଡ଼ ଡାକ୍ତରଖାନା ଯିବାପାଇଁ ୧୦୮ ଆମ୍ବୁଲାନ୍ସ ସାହି ମଧ୍ୟରେ ପସି ପାରିଲା ନାହିଁ । ଫଳରେ ସାହିଭାଇ ମିଳିତ ହୋଇ ଦୋଳାରେ ୨ଶହ ମିଟର ପର୍ଯ୍ୟନ୍ତ ରୋଗୀକୁ ଟେକି ନେବା ପରେ ଆମ୍ବୁଲାନ୍ସରେ ଯାଇଥିଲେ । ଏପରିକି ଥରେ ମୃତ ଶରୀର ଆଣିବାକୁ ମଧ୍ୟ ସାହିକୁ ଆମ୍ବୁଲାନ୍ସ ଆସି ପାରିଲା ନଥିଲା । ଏ ସଂକ୍ରାନ୍ତରେ ଗୋତିସାହି ଗ୍ରାମ ପଞ୍ଚାୟତ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣେଇଲେ ମଧ୍ୟ୍ୟ କଥା କେବଳ ଆଶ୍ୱାସନାରେ ରହିଯାଉଛି । ଏଣୁ ଏନେଇ ଗୋଡିସାହିର ବନ୍ଧସାହି ବାସିନ୍ଦା ବିଡ଼ିଓ ନିକଟରେ ତୁରନ୍ତ ଏକ ପକ୍କା ସଡ଼କ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି । ତେବେ ଓଡ଼ଗାଁ ବିଡିଓ କେବେ ସାହି ବାସିନ୍ଦାଙ୍କ ସମସ୍ୟାର ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.