ଓଡିଶା କର୍ମଜୀବି ସାମ୍ବାଦିକ ସଂଘର ହରିଶଙ୍କରରେ ପ୍ରସ୍ତୁତି ବୈଠକ — ଜିଲ୍ଲା ସ୍ତରୀୟ ସଭା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ

3

 ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି): ଓଡିଶା କର୍ମଜୀବି ସାମ୍ବାଦିକ ସଂଘଙ୍କ ଆଗାମୀ ଜିଲ୍ଲା ସ୍ତରୀୟ ସଭା ପାଇଁ ହରିଶଙ୍କର ସ୍ଥିତ ପାନ୍ଥନିବାସରେ ଏକ ପ୍ରସ୍ତୁତିମୂଳକ ବୈଠକ ଆୟୋଜିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ସଭାପତି ଜନାବ ଖାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସେକ୍ରେଟାରୀ ବିନୟ ନନ୍ଦ ସଭା ପରିଚାଳନା କରିଥିଲେ। ସଭାରେ ଆସନ୍ତା ଦିନ ହେବାକୁଥିବା ଜିଲ୍ଲା ସ୍ତରୀୟ ସଭା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା, ପ୍ରସ୍ତୁତି, ସଂଗଠନ ଶକ୍ତିକରଣ ଏବଂ ସାମୁହିକ ଯୋଜନା ବିଷୟରେ ସଂପୂର୍ଣ୍ଣ ଆଲୋଚନା ହୋଇଥିଲା। ସଭାପତି ଓ ସେକ୍ରେଟାରୀ ଦୁହେଁ ଜୋର ଦେଇଥିଲେ ଯେ ସଂଘର କାର୍ଯ୍ୟକଳାପକୁ ଆଗାମୀ ଦିନରେ ଆହୁରି ସଶକ୍ତ ଓ ସୁସଂଗଠିତ କରିବା ପାଇଁ ସମସ୍ତଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଜରୁରୀ। ବୈଠକରେ ସଂଘର ସମସ୍ତ ସଦସ୍ୟମାନେ — ଅଶୋକ କୁମାର ବାଗ, ଘନଶ୍ୟାମ ନାଗ, ସାଗର ବରିହା, କଞ୍ଜର ମୁନା, ଲିଙ୍ଗରାଜ ସେଠ୍ ପ୍ରମୁଖ— ଉପସ୍ଥିତ ରହି ନିଜ-ନିଜ ମତାମତ ଏବଂ ପ୍ରସ୍ତାବ ରଖିଥିଲେ । ସଂଗଠନର ସାମୂହିକ ପ୍ରୟାସରେ ଆସନ୍ତା ଦିନରେ ଜିଲ୍ଲା ସ୍ତରୀୟ ସଭାକୁ ଏକ ସଫଳ ଓ ସଂଗଠିତ ଆକାର ଦେବାକୁ ସମସ୍ତେ ସଙ୍କଳ୍ପ କରିଥିଲେ।

Leave A Reply

Your email address will not be published.