ଚଳିତବର୍ଷ ଖରିଫ ଋତୁ ୨୦୨୬ ବର୍ଷରେ ଅମଳ ହୋଇଥିବା ଧାନ କ୍ରୟ କରିବା ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ।

3


ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ମାନ୍ୟବର ସାଂସଦ, ବଲାଙ୍ଗିର, ଶ୍ରୀମତି ସଂଗୀତା ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ବିରମହାରାଜପୁର ବିଧାୟକ, ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ୍ ସାହୁ, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ନାରାୟଣ ନାଏକଙ୍କ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ, ସୁବର୍ଣ୍ଣପୁର, ନିରଦ ରଞ୍ଜନ ଦାଶ ଏହି ବୈଠକର ଆଲୋଚନା ପାଇଁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କିଣା ଡିସେମ୍ବର ୯ ତାରିଖରୁ ଧାନ କିଣା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ପ୍ରକାଶ ପାଇଥିଲା । ଚଳିତବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ମୋଟ ୭୧୫୭୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । କ୍ଷେତ୍ରୀୟ ଯାଞ୍ଚ ପରେ ବୈଧ ଘୋଷିତ ଚାଷୀଙ୍କ ସଂଖ୍ୟା ୬୮୭୧୧ ରହିଛି । ମୋଟ ୧୦୪ ଟି ଧାନ କ୍ରୟ କେନ୍ଦ୍ର ରହିଛି ଯେଉଁଥିରେ ୭୧ ଗୋଟି ପାକ୍ସ (PACS) ପ୍ରାଥମିକ ସେବା ସମବାୟ ସମିତି, ୩୦ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ, ୦୩ (ତିନି) ଗୋଟି ସମ୍ପ୍ରସାରଣ କେନ୍ଦ୍ର ଓ ୫୪ ଗୋଟି ମିଲ ଅଂଶଗ୍ରହଣ କରିଥିବା ଜଣାପଡିଛି । ଚଳିତବର୍ଷ ୨୨ ଲକ୍ଷ୍ୟ ୩୨ ହଜାର କ୍ଵିଣ୍ଟାଲ ଧାନ କ୍ରୟ କରିବାକୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟଲକ୍ଷ ଦିଆଯାଇଛି । ଧାନର ଧାର୍ଯ୍ୟମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ରଖାଯାଇଛି । ଧାନ କିଣାରେ ସ୍ବଚ୍ଛତା, ଚାଷୀଙ୍କ ଧାନ ଗଚ୍ଛିତ ରଖିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଥିବା ଚାଷୀ, ପ୍ରତିନିଧିଙ୍କ ଅସୁବିଧା ଶୁଣି ତାର ସମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସୁଚାରୁ ରୂପେ ଧାନ କ୍ରୟ କରିବାକୁ ମାନ୍ୟବର ସାଂସଦ, ବଲାଙ୍ଗିର, ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.