ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ କ୍ଲବ୍ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼ ସିଜନ୍-୬ ଫାଇନାଲ ମୁକାବିଲା ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ ବିଜେତାଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଶୋକ କୁମାର ଗାଣ୍ଠିଆ ଓ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ୟାପକ ଲଳିତ କୁମାର କର ଯୋଗଦେଇ ୧୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୦୩ ଜଣ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ପ୍ରୀତିପଦ୍ମା ମିଶ୍ର “ଭଏସ୍ ଅଫ୍ ନୟାଗଡ଼’ ବିଜେତା ହୋଇଥିବା ବେଳେ ସୌଦାମିନୀ ସାହୁ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ଚିନ୍ମୟ ପ୍ରସାଦ ବେହେରା। ସ୍ଥାନୀୟ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ସଭା କକ୍ଷରେ ସେମିଫାଇନାଲ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନକରି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ବିଚାରକ ଭାବେ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ୟାପକ ଲଳିତ କୁମାର କର, ବରିଷ୍ଠ ସଂଗୀତ ଶିକ୍ଷକ ରାଜେଶ କୁମାର ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀନିବାସ ସାମନ୍ତରାୟ ଯୋଗଦେଇ ୨୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୧ ଜଣ ପ୍ରତିଯୋଗୀଙ୍କୁ ଫାଇନାଲକୁ ଚୟନ କରିଥିଲେ। ନୟାଗଡ଼ କ୍ଲବ ସଭାପତି ଅଶୋକ କୁମାର ନାୟକ, ସଂପାଦକ ଶ୍ରୀଧର ସାହୁ, ଭଏସ୍ ଅଫ୍ ନୟାଗଡ଼ କାର୍ୟ୍ୟକ୍ରମର ଚେୟାରମ୍ୟାନ ମିହିର ରଂଜନ ନାୟକ, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ୟ୍ୟ, ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ହୋଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.