ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

16

ଭୁବନେଶ୍ୱର– ବିଶିଷ୍ଟ ଯୁବନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୫ତମ ଜନ୍ମ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତିକମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥ କୋରାପୁଟ ଭବନ ଠାରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି । ପ୍ରାରମ୍ଭରେ ସ୍ମୃତି କମିଟିର ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିଥିଲେ । ଭୁବନେଶ୍ୱର ସହର ଓ ନିକଟବର୍ତୀ ବିଦ୍ୟାଳୟମାନଙ୍କୁ ପ୍ରାୟ ୪ ଶହ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଆଧୁନିକ ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ୧୪ ତାରିଖ ଦିନ ସ୍ୱର୍ଗତ ମହାପାତ୍ରଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ ବୋଲି ସ୍ମୃତି କମିଟିର ସାଧାରଣ ସଂପାଦକ ଶ୍ରୀ ଦୀପକ କୁମାର ସାହୁ ଏକ ବିବୃତିରେ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅଂଚଳ ବଟୁ, ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ସରୋଜ ପରିଡା, ଦେବଦତ ଜେନା, ନବଘନ ମହାନ୍ତି, ରିଜୁଆନ୍ ଅଲ୍ଲୀ ଖାଁ, ସନ୍ତୋଷ କୁମାର ବାରିକ, ଦୀପକ ବାରିକ ଓ ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.