ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ), ରବିବାର ଦିନ ବେଲଗୁଣ୍ଠା ପୋଲିସ୍ ଏକ ବଡ଼ ଧରଣର ଲଘୁ ଖଣିଜ ଚୋରାଚାଲାଣକୁ ରୋକିବାରେ ସକ୍ଷମ ହୋଇଛି I ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବରଙ୍କ ସୂଚନା ପ୍ରକାରେ ରବିବାର ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ବାଲି ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟର,ଗୋଟିଏ ହାଇୱା ଏବଂ ପଥର ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟରରକୁ ଜବତ କରିଛି I ଏହାସହିତ ଚାରି ଜଣ ଗାଡ଼ି ଚାଳକଙ୍କୁ ଅଟକ ରଖିଥିବା ବେଳେ ଜଣେ ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଛି I ଏନେଇ ବେଲଗୁଣ୍ଠା ଥାନାରେ ୫୫୫/୨୫,୫୫୬/୨୫,୫୫୭/୨୫,୫୫୮/୨୫ ଏବଂ ୫୫୭/୨୫ ରେ ପାଞ୍ଚୋଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରିଣୀ ଶ୍ରୀମତୀ ଶବର ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.