ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

3

ନବରଙ୍ଗପୁର, ଅଶୋକ ସାହୁ,ତା ୨୪.୧୧.୨୦୨୫ରିଖ ରେ ଡାବୁଗାଁ ବ୍ଲକ ର ମିଶନ ଶକ୍ତି ସମ୍ମିଳନୀଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ଦିନିଆ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଉଦ୍ଘାଟନ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କଂହର ସ୍ୱାଗତ ସମ୍ଭାଷଣ ଦେବା ସହ ୧୬ ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ସଖୀ କେନ୍ଦ୍ରର କେନ୍ଦ୍ର ପରିଚାଳିକା ରଂଜିତା ସାହୁ ଲୋକ କଲ୍ୟାଣ ପୋର୍ଟାଲ ଦ୍ୱାରା ପଞ୍ଜିକୃତ ହୋଇଥିବା ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ନବରଙ୍ଗପୁର ରେ ଚଳିତ ବର୍ଷ ୧୬ ଦିନ କାର୍ଯ୍ୟକ୍ରମ କରିବାକୁ ଯାଉଛି ବୋଲି କହିଥିଲେ ଏବଂ ୧୬ଦିନର ପ୍ରତ୍ୟେକ କାର୍ଯ୍ୟକ୍ରମ ଥିମ( “Unite to End Digital Violence against All Women and Girls”) ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟକ୍ରମ ରହିଛି ଏବଂ ଏହା ଦ୍ୱାରା କିପରି ମହିଳା ଏବଂ ବାଳିକା ମାନେ କିପରି ଉପକୃତ ହେବେ ବିଭାଗୀୟ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ସମ୍ପାଦନ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ବାଳିକା ଏବଂ ମହିଳା ମାନଙ୍କ ପ୍ରତି ଘଟି ଆସିଥିବା ବିଭିନ୍ନ ପ୍ରକାର ହିଂସା ଦୂରୀକରଣ ନିମନ୍ତେ ଏହା ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ କେବଳ ନାରୀ ନୁହେଁ ପୁରୁଷ ମାନଙ୍କୁ ବିଶେଷ ରୂପେ ସଚେତନ କରାଯାଉ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏଚ ଇ ଡବଲ୍ଲ୍ୟୁ ଜିଲ୍ଲା ସଂଯୋଜିକା, ସରିତା ପାଣି, ସସ୍ମିତା ପାତ୍ର, ପ୍ରୀତି ବାଘ, ସ୍ମରଣିକା ପଟନାୟକ ପରାମର୍ଶ ଦାତ୍ରୀ, ଜସ୍ମିନ ସିଂ କେସ ୱାର୍କର ସ୍ୱାସ୍ଥ୍ୟ କର୍ମୀ ଦାମିନୀ ବାଳା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ ଶକ୍ତି ସଦନ ପରିଚାଳିକା, ସ୍ଵର୍ଣ୍ଣଲତା ବେନିଆ, ରଶ୍ମିତା ଜାଲ, ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.