ଭଞ୍ଜନଗର ରେ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ “ଭଞ୍ଜ ଟ୍ରଫି” ଆୟୋଜିତ

3

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆସନ୍ତା କାଲି ଅର୍ଥାତ୍ ସୋମବାର ୨୪ତାରିଖ ୨୦୨୫ ରୁ ଭଞ୍ଜନଗରରେ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଭଞ୍ଜନଗର ଗଞ୍ଜାମଜିଲ୍ଲା ଫୁଟବଲ ର ଅନ୍ୟତମ ଏନ୍ତୁଡ଼ିଶାଳ। ଏଠିକାର କବିସମ୍ରାଟ ଷ୍ଟାଡିୟମ୍‌ରେ ଦୀର୍ଘ ବର୍ଷ ପରେ ଆୟୋଜିତ ହେଉଛି ଜାତୀୟସ୍ତରର ଫୁଟ୍ବଲ୍‌ ଟୁର୍ଣ୍ଣାମେଣ୍ଟ । ଆସନ୍ତା ମଙ୍ଗଳ ବାର ୨୪ ତାରିଖରୁ ସହରର କେନ୍ଦ୍ରସ୍ଥଳରେ ଥିବା ଏହି ଷ୍ଟାଡିୟମ୍‌ରେ ୮ଟି ଦଳକୁ ନେଇ ଆରମ୍ଭ ହେବ ଭଞ୍ଜ ଟ୍ରଫି-୨୦୨୫। ବିହାରର ବକ୍ସର, ତେଲେଙ୍ଗାନାର ହାଇଦ୍ରାବାଦ୍ ପୁଲିସ ସ୍ପୋର୍ଟସ୍ କ୍ଲବ୍ ଏଥର ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ପାଲଟିବେ। ଆମ ରାଜ୍ୟର କୋରାପୁଟ ଫୁଟବଲ୍‌ କ୍ଲବ, ସୁନ୍ଦରଗଡ଼ ଦୋସ୍ତ ବ୍ରଦର୍ସ, ସମ୍ବଲପୁରର ବିଏଫ୍‌ସି କୁଚିଣ୍ଡା, ଫୁଲବାଣୀର ଜେଡି କ୍ଲବ୍, ଭଞ୍ଜନଗର ସହରର ମରାଠା-୧୧ ଓ ଭଞ୍ଜନଗର ଫୁଟବଲ ଏକାଡେମୀ ଅଂଶଗ୍ରହଣ କରୁଥିବା ଆୟୋଜକ କମିଟି ସଭାପତି ସୂଚନା ଦେଇଛନ୍ତି। ନଭେମ୍ବର ୩୦ ତାରିଖ ରବିବାର ୨୦୨୫ ରେ ଏହା ଉଦ୍‌ଯପିତ ହେବ।

ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ ଆୟୋଜନ ଦୃଷ୍ଟିରୁ ବହୁ ଦିନ ହେଲା ଅବହେଳିତ ହୋଇ ପଡ଼ିଥିବା ଏହି ଷ୍ଟାଡିୟମ୍‌କୁ ଖେଳ ଉପଯୋଗୀ କରିବାକୁ ଆୟୋଜକ କମିଟି ସଦସ୍ୟମାନେ ରାତିଦିନ ଲାଗି ପଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସବୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଭାଙ୍ଗି ଯାଇଥିବା ସମସ୍ତ ଗେଟ୍ ମରାମତି ସହ ସମ୍ପୁର୍ଣ୍ଣ ପଡ଼ିଆକୁ ସଜାଯାଇଛି। ଫାଇନାଲ୍ ମ୍ୟାଚରେ ଉପସ୍ଥିତ ରହିବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ପରିତ୍ୟକ୍ତ ଅବସ୍ଥାରେ ଥିବା କବିସମ୍ରାଟ ଷ୍ଟାଡିୟମ୍ ଘୁମୁସର ଆଥ୍‌ଲେଟିକ୍ ଆସୋସିଏସନ୍ ନାଁରେ ରହିଛି। ପୂର୍ବରୁ ତତ୍କାଳୀନ ମନ୍ତ୍ରୀ ସୋମନାଥ ରଥ ପରିଚାଳନା କରୁଥିବା ବେଳେ ଏଠାରେ ପ୍ରତିବର୍ଷ ସର୍ବଭାରତୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ହେଉଥିଲା । ଦେଶର ବହୁ ନାମୀଦାମୀ ଫୁଟବଲ୍‌ କ୍ଲବ୍ ଏହି ପଡ଼ିଆରେ ସେମାନଙ୍କ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗର ଇଷ୍ଟ ବେଙ୍ଗଲ୍, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ୍, ବିହାରର ରଞ୍ଚି, ଜାମସେଦପୁର ଟାଟା, ମଧ୍ୟପ୍ରଦେଶର ରାୟପୁର, ମଣିପୁର, ଭାଗଓ୍ବାଡା ଓ ଭାରତୀୟ ରେଳବାଇ ଟିମ୍ ଆଦି ଅତୀତରେ ଏହି ପଡ଼ିଆରେ ଖେଳିଛନ୍ତି। ଓଡିଶା ଓ ପଶ୍ଚିମବଙ୍ଗ ମହିଳା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ମଧ୍ୟ ଏଠାରେ ହୋଇଥିଲା।

ତେବେ ସମୟ ବଦଳିବା ସ‌ହ ରାଜନୀତିର ପଶାପାଲିରେ ଛନ୍ଦି ହୋଇ ଏହି ପଡ଼ିଆରେ ଆଉ ସର୍ବଭାରତୀୟ ପ୍ରତିଯୋଗିତା ହୋଇପାରି ନଥିଲା । କେବଳ ଭଞ୍ଜ ଟ୍ରଫି ନାଁରେ ସ୍ଥାନୀୟ କିଛି ଉତ୍ସାହୀ ବ୍ୟକ୍ତିବିଶେଷ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଥିଲେ। ଏବେ ରାଜନୈତିକ ପରିବର୍ତ୍ତନ ସହ ଭଞ୍ଜନଗରରେ କ୍ରୀଡ଼ାର ବିକାଶ ପାଇଁ ସ୍ଥାନୀୟ ବିଧାୟକଙ୍କ ପ୍ରୟାସ ସ୍ବରୂପ ପୁଣି ସର୍ବଭାରତୀୟ ପ୍ରତିଯୋଗିତା ଏହି ଷ୍ଟାଡିୟମ୍‌କୁ ଫେରିଛି। କବିସମ୍ରାଟ ଷ୍ଟାଡିୟମ୍‌କୁ ପୂର୍ଣ୍ଣ ବିକଶିତ କରିବାକୁ ରୋଡ୍‌ମ୍ୟାପ୍ କରିଛତି ବିଧାୟକ। ଏହାର କଳେବର ବୃଦ୍ଧି ସହ ଏହାକୁ ଜାତୀୟସ୍ତରର ଷ୍ଟାଡିୟମ୍ ଭାବେ ଗଢ଼ି ତୋଳିବାକୁ ଡିପିଆର୍ ପ୍ରସ୍ତୁତ କରାଯାଉଥିବା ବିଧାୟକ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.