ଝlରବନ୍ଧ – ମନୋହର ଦାଶ: ବରଗଡ ଜିଲ୍ଲା ଝlରବନ୍ଧ ବ୍ଲକ୍ ଲଉଡିଦର୍ହା ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ହରିବନ୍ଧୁ ପ୍ରଧାନ 83 ବର୍ଷ ଙ୍କ ଆଜି ତାଙ୍କ ବlସ ଭବନ ରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ସଯ୍ୟାଶାୟୀ ଥିଲେ। ହୃଦୟ ରେ ଅମାପ ସ୍ନେହଶୀଳତା ମାଧ୍ୟମରେ ଶିକ୍ଷାନୁଷ୍ଠାନ କୁ ସଜାଇବା ପାଇଁ ଅନ୍ତରିକ ଉଦ୍ୟମ କରୁଥିଲେ।ହୃଦ୍ୟ ରେ ଅମାପ ସ୍ନେହ ଶିଲତା ମାଧ୍ୟମରେ ଶିକ୍ଷାନୁଷ୍ଠାନକୁ ସଜାଡ଼ିବା ପାଇଁ ସେ ଆନ୍ତରିକ ଉଦ୍ୟମ କରିଥିଲେ।ଅନ୍ୟମାନଙ୍କ ପାଇଁ ଉଜ୍ଜ୍ବଳ ଉଦାହରଣ ହୋଇ ରହିଛନ୍ତି ଓ ରହିଥିବେ।ଏହି ବ୍ଲକ୍ ରେ ନିଲଜିପତ୍ରl, କୁର୍ଲୁପାଲି, ଅନାଦିବାହାଲ ପ୍ରାଥମିକ ସ୍କୁଲ ରେ ଶିକ୍ଷକତା କରି ସହ ସହ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଗଢ଼ି ତୋଳିବା ସହ କୁମିର ପଞ୍ଚାୟତ ଚିରୋଲି ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇଥିଲେ। ମୃତ୍ୟୁ ସଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଯୋଗେନ୍ଦ୍ର, କନିଷ୍ଠ ପୁତ୍ର ଶଙ୍କର, ସା ନପୁଅ ନରେନ୍ଦ୍ର, ବୋହୁ ତଥା ନାତି ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ନିଧନ ରେ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମାନେ ସେଷ ଦର୍ଶନ ପାଇଁ ତାଙ୍କ ଘର ପରିସର ରେ ଲୋକାରଣ୍ୟ ହୋଇଥିଲେ। ସେ ସରଳ ଧାର୍ମିକ ପରୋପକାରୀ ବ୍ୟକ୍ତି ଭାବରେ ଆଖପାଖ ଅଞ୍ଚଳ ରେ ପରିଚିତ ଥିଲେ। ସର୍ବଦା ଗୀତା ଭାଗବତ ପୁରାଣ ପାଠରେ ଆତ୍ମ ସନ୍ତୋଷ ପ୍ରାପ୍ତ କରୁଥିଲେ। ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କର ପାର୍ଥିବ ଶରୀର କୁ ଗାଁ ପରିକ୍ରମା କରାଯାଇ ଶେଷ କୃତ୍ୟ ସମାପନ କରାଯାଇଛି। ଜ୍ୟେଷ୍ଠ ପୁତ୍ର ଯୋଗେନ୍ଦ୍ର ମୁଖାଗ୍ନି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.