ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି (ରବିବାର) ୭୮ ତମ ଏନସିସି ଦିବସ ପାଳିତ ଅବସରରେ ଏନସିସି ପତାକା ଉତ୍ତୋଳନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ଆକାଶ ବାହିନୀ ର ଅଧିକାରୀ ଶ୍ରୀ ଶିବ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ NCC କ୍ୟାଡ଼ଟ ମାନେ (ଉଭୟ ଆର୍ମି ଓ ନାଭାଲ) ଉଚ୍ଚ ମାନର ପ୍ୟାରେଡ କରି ଆଜିର ଦିବସ ପାଳନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମନୋଲିସା ଦାସ ,ଏନସିସି (ଆର୍ମି )ପ୍ରମୁଖ ଅଧିକାରୀ ଜଗନ୍ନାଥ ପଟ୍ଟନାୟକ , ନେଭାଲ ଅଧିକାରୀ ଶ୍ରୀ ସୋମନାଥ ଦାସ ଓ ଶିକ୍ଷକ ଡି. ଶ୍ରୀରାମ ମୂର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଦିବସ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ। କ୍ୟାଡେଟ ମାନେ କିପରି ଭାବେ ନିଜର ଭବିଷ୍ୟତ ଜୀବନରେ ଏକତା , ଶୃଙ୍ଖଳା ସହ ଦେଶ ଗଠନରେ ବ୍ରତୀ ହୋଇ ପାଇ ପାରିବେ ବୋଲି ଅତିଥି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ।
ଏନସିସି ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତୀ କ୍ୟାଡେଟ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ପରିଶେଷରେ ଜାତୀୟ ଗୀତ ବନ୍ଦେମାତର ଗାନ କରାଯାଇ କାର୍ଯ୍ୟକ୍ରମର ସମାପ୍ତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସଫଳ ଆୟୋଜନ କରିଥିଲେ।
Sign in
Sign in
Recover your password.
A password will be e-mailed to you.