ଓଡ଼ଗାଁ ବ୍ଳକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ: ସହମତି ଭିତ୍ତିରେ ନୂତନ କର୍ମକର୍ତ୍ତା ଚୟନ

3

ଓଡ଼ଗାଁ,୨୨/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପଞ୍ଚରିଡା ମାନପୁର ଲୋକ ନୋଡାଲ ବିଦ଼୍ୟାପୀଠ ଠାରେ ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ସିଂହଙ୍କ ଅଧ୍ୟକ୍ଷତାରେ ଓଷ୍ଟାର ମଣ୍ଡଳ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସର୍ବ ସମ୍ମତି କ୍ରମେ ବିଭିନ୍ନ ପଦବୀ ପାଇଁ ନିମ୍ନଲିଖିତ ପ୍ରସ୍ତାବିତ ନାମ ଗୁଡିକ ଗୃହୀତ ହୋଇଥିଲା।ସଭାପତି ସତ୍ୟନାରାୟଣ ଆଚାର୍ଯ୍ୟ,ଉପସଭାପତି ଆଦିତ୍ୟ ନାରାୟଣ ରଣସିଂହ ଓ ସୁଲୋଚନା ସ୍ୱାଇଁ, ସମ୍ପାଦକ ଭଗବାନ ସାହୁ,ଯୁଗ୍ମସମ୍ପାଦକ ଚନ୍ଦ୍ରଶେଖର ନାୟକ,ସନ୍ତୋଷ କୁମାର ମହାପାତ୍ର, ସୁନୀତା ବେହେରା,ଜିଲ୍ଲାପରିଷଦ ସଦସ୍ୟ ଅରବିନ୍ଦ ପରିଡ଼ା,ପ୍ରଫୁଲ୍ଲ କୁମାର ପ୍ରଧାନ,ପ୍ରଭାତ କୁମାର ମିଶ୍ର, ପ୍ରମୋଦ କୁମାର ବସନ୍ତିଆ,ଜୟନ୍ତ ଦୋରା,ମୀନକେତନ ସାହୁ,ତ୍ରିନାଥ ନାୟକ ଓ ଦେବରାଜ ସ୍ୱାଇଁଙ୍କୁ ବିଭିନ୍ନ ପଦ ପଦବୀ ପାଇଁ ଚୟନ କରାଯାଇଥିଲା।ଜିଲ୍ଲା ସମ୍ପାଦକ ମାନସ କୁମାର ସାହୁ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ।ଜିଲ୍ଲା ସଂଗଠନ ତରଫରୁ କାର୍ଯ୍ୟକାରୀ ସଭାପତି ଘନଶ୍ୟାମ ରାଉତ,ଉପସଭାପତି ନିରାକାର ସ୍ୱାଇଁ, ଲକ୍ଷ୍ମୀଧର ମହାପାତ୍ର,ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳେଇ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.