ଜୀବନର ଶେଷ ପର୍ଯ୍ୟନ୍ତ ଶିକ୍ଷକତା ବଞ୍ଚିରହେ

3

ଗୌଡ଼ପୁଟ କ୍ଲଷ୍ଟର ସ୍ତରୀୟ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ଗାଁ,୨୨/୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ଝାଙ୍ଗିରାମ ସରକାରୀ ହାଇସ୍କୁଲ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସରକାରୀ ଶିକ୍ଷକତା କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଇନ୍ଦ୍ରମଣି ମହାପାତ୍ର,ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଯଦୁପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନ ଗୁଆନ୍ଦ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର ଭଟ୍ଟଙ୍କ ସହିତ ଅନ୍ୟ ଶିକ୍ଷକ ବନ୍ଧୁମାନେ ସଭାରେ ଅଂଶ ଗ୍ରହଣ କରି ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ କର୍ତ୍ତବ୍ୟ ନିଷ୍ଠା ସମ୍ପର୍କରେ ଆଲୋଚନା ରଖିଥିଲେ।ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଶିକ୍ଷକତା ବଞ୍ଚିରହେ ବୋଲି କହିଥିଲେ।ଗୌଡ଼ପୁଟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଧର ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.