ଓଡ଼ଗାଁ,୨୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ବାହାଡାଝୋଲା ବ୍ଳକ କ୍ରିୟାନୁଷ୍ଠାନ କମିଟି ଶନିବାର ଭୁବନେଶ୍ବର ଠାରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ କମିଟି ସାଂସଦଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ସହିତ ନୂଆଗାଁ ବ୍ଳକ ଉପାନ୍ତ ଅଞ୍ଚଳ ଅନୁସୂଚିତ ଜାତି ଜନଜାତି ବହୁଳ ପଞ୍ଚାୟତ ମାନଙ୍କ ମିଶ୍ରଣରେ ବାହାଡାଝୋଲାକୁ ଏକ ନୂତନ ବ୍ଳକର ମର୍ଯ୍ୟାଦା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏବଂ ଉକ୍ତ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ପରବର୍ତ୍ତୀ ସମୟରେ ମଧ୍ୟ ସାଂସଦଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଥିଲେ । ଇତିମଧ୍ୟରେ କିଛି ମାସ ବିତିଯାଇଥିବା ବେଳେ ୨୨ ତାରିଖ ଶନିବାର ବାହାଡାଝୋଲା ବ୍ଳକ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଶନିବାର ଭୁବନେଶ୍ୱର ସୁନ୍ଦରପଦାରେ ମାନ୍ୟବର ସାଂସଦଙ୍କୁ ତୃତୀୟ ଥର ପାଇଁ ଭେଟି ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ବାହାଡାଝୋଲାକୁ ଏକ ପୃଥକ ବ୍ଲକ ଘୋଷଣା ଦାବିକୁ ପୂନରାବୃତ୍ତି କରାଯାଇଥିଲା । ପ୍ରତିନିଧିମାନେ ଆଲୋଚନା ସମୟରେ ବାହାଡାଝୋଲାର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ଅଞ୍ଚଳର ବିକାଶ ଆଦି ବିଷୟ ଗୁଡ଼ିକୁ ବିଚାରକୁ ନେଇ ରାଜ୍ୟ ସରକାର ତୁରନ୍ତ ଏକ ବ୍ଲକ ମାନ୍ୟତା ପ୍ରଦାନ କରିବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ବୈଠକରେ ନାରାୟଣ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଭୀମାସେନ ସେଠୀ, ପ୍ରହଲାଦ ସାହୁ, ମିନକେତନ ସୁବୁଦ୍ଧି, ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସାହୁ, ଡ. ବିଜୟ କୁମାର ସାହୁ, ବଳରାମ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀ ଅବଗତ କରାଇଥିଲେ । ଏବଂ ସାଂସଦ ଏଥିନିମନ୍ତେ ତାଙ୍କର ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏବଂ ପରବର୍ତ୍ତୀ ସମୟରେ କ୍ରିୟାନୁଷ୍ଠାନ କମିଟି ଯଥାଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚୂଡ଼ାନ୍ତ ସ୍ମାରକପତ୍ର ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.