ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର-୨୦୨୫

3
  • ଜରୁରୀକାଳୀନ ଚିକିତ୍ସା, ସରଳ ଅଗ୍ନି ନିର୍ବାପନ କୌଶଳ ପ୍ରଦର୍ଶନ,

  • ପଦ୍ମଶ୍ରୀ ସାବରମତୀଙ୍କ ମହିଳା ସଶକ୍ତିକରଣ ସମ୍ପର୍କିତ ଆଲୋଚନା

ଓଡ଼ଗାଁ,୨୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ୟୁନିଟ୍ ଦ୍ବାରା ଆୟୋଜିତ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ (ୱାଆରସି) ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ୨୦୨୫ ଶୁକ୍ରବାର ଉଦ୍ଘାଟନ ହୋଇଥିବା ବେଳେ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୁପେ ରମେଶ ଚନ୍ଦ୍ର ବେହେରା, ୟୋଥ୍ ରେଡକ୍ରସ ହାୟର ଏଜୁକେଶନ ଡେପୁଟି ସେକ୍ରେଟାରୀ, ସମ୍ମାନିତ ଅତିଥି ଗୋପାଳ ମିଶ୍ର, ଓ୍ବାଇଆରସି ଷ୍ଟେଟ କୋଡିନେଟର, ବିପିନ କୁମାର ପଟ୍ଟନାୟକ, ଓ୍ବାଇଆରସି ଚେୟାରମ୍ୟାନ ନୟାଗଡ଼, ନୟାଗଡ଼ ଜିଲ୍ଲା କୋଡିନେଟର ନିରଜ ପ୍ରଧାନ, କନଭେନର ସେକ୍ରେଟାରୀ ନାରାୟଣ ହୋତା ପ୍ରମୁଖ ଯୋଗ ଦେଇ ନୟାଗଡ଼ ଜିଲ୍ଲାର ୪୦ କଲେଜର ୧୫୦ ସ୍ବେଛାସେବୀ ଶିବିରାର୍ଥୀ ମାନଙ୍କୁ ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ଏଚ୍ ଆଇ ଭି ସଚେତନତା, ସାଇବର ସୁରକ୍ଷା, ରକ୍ତଦାନ, ଯୋଗ ଏବଂ ସଫେଇ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ଓ ନେତୃତ୍ଵ ବୃଦ୍ଧିରେ ସହାୟକ ହୋଇଥିଲେ । ସେହିପରି ୨ୟ ଦିବସରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ରାଜ କିଶୋର ସାହୁଙ୍କ ସଭାପତିତ୍ବରେ ପରିଚିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ରେଡକ୍ରସ ଉପସଭାପତି ପଦ୍ମଶ୍ରୀ ସାବରମତୀ ଯୋଗଦେଇ ନାରୀ ସଶକ୍ତିକରଣ ସମ୍ପର୍କିତ ଆଲୋଚନା ରଖିଥିଲେ । ଶାରୀରିକ ଭିନ୍ନତା ସତ୍ୱେ ନାରୀ ପୁରୁଷ ମାନଙ୍କ ସମାନତା ବଜାୟ ରଖିବା ଦରକାର । ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ପିଙ୍କ୍ ରଙ୍ଗର କ୍ରଶ ଚିହ୍ନ ଲଗାଇବା ସହିତ ହିଂସାମୁକ୍ତ ଅଞ୍ଚଳ ଘୋଷଣା କରିବାର ଆବଶ୍ୟକତା ରହିଛି । ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ ବିଶ୍ବାଳ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ରଖିଥିବା ବେଳେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଦିଲ୍ଲୀପ କୁମାର ମିଶ୍ର ଯୋଗ ଦେଇ ଯୁବ ଶକ୍ତିର ପ୍ରଶଂସା କରିଥିଲେ । ଅନ୍ୟ ଏକ ପର୍ଯ୍ୟାୟରେ ଜରୁରୀକାଳୀନ ଚିକିତ୍ସା, ସରଳ ଅଗ୍ନି ନିର୍ବାପନ ବ୍ୟବହାରିକ କୌଶଳ ପ୍ରଦର୍ଶନ ଏବଂ ମହିଳା ସଶକ୍ତିକରଣ ସମ୍ପର୍କିତ ଆଲୋଚନା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟ କ୍ରମର ସଂଯୋଜକ ଏବଂ ପ୍ରଶିକ୍ଷକ ଓଡ଼ଗାଁ କଲେଜ ସୋସିଓଲୋଜି ଅଧ୍ୟାପକ ୱାଆରସି ନିରୋଜ ପ୍ରଧାନ ଜରୁରୀକାଳୀନ ଚିକିତ୍ସା ଏବଂ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୱାଆରସି ପ୍ରଶିକ୍ଷକ ରବିନ୍ଦ୍ର ଦଳବେହେରାଙ୍କ ସହିତ ଓଡ଼ଗାଁ ଅଗ୍ନିଶମ ସେବା ବାହିନୀର ହାବିଲଦାର ବିନାୟକ ମହାନ୍ତି, ଫାୟାର ଫାଇଟର ଅମିୟ କୁମାର ଦଳାଇ, ଇକବାଲ ହୁସେନ୍, ମାନସ କୁମାର ବେହେରା, ବିଭୂତି ଦଳାଇ ପ୍ରମୁଖ ସରଳ ଅଗ୍ନି ନିର୍ବାପନ ବ୍ୟବହାରିକ କୌଶଳ ପ୍ରଦର୍ଶନ କରିଥିଲେ

Leave A Reply

Your email address will not be published.