ନୟାଗଡ଼, ଓଡ଼ଗାଁ,୨୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ବିଚ୍ଛିନ୍ନାଞ୍ଚଳ ବାଣ୍ଠପୁର ପଞ୍ଚାୟତ ଅନୁସୂଚିତ ଜାତି ଓ ଜନଜାତି ଅଧିବାସୀଙ୍କ ବସତି ନେପାଳ ଗ୍ରାମକୁ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଶୁକ୍ରବାର ଗସ୍ତକରି ପ୍ରଗତିଶୀଳ ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟ ଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବା ସହିତ ଅଧିବାସୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ମାସ ୬ ତାରିଖ ଗୁରୁବାର ଦିନ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓଡ଼ଗାଁ ବ୍ଳକର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଅନୁସୁଚିତ ଜାତି ଓ ଜନଜାତି ନେପାଳ ଗ୍ରାମରେ ପହଞ୍ଚି ଗ୍ରାମର ମୈ।ଳିକ ସୁବିଧା ସୁଯୋଗ ସମ୍ପର୍କରେ ବୁଝିବା ସହିତ ଟୀକାକରଣ, ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ, ନୂତନ ସ୍କୁଲଖୋଲିବା, ପ୍ରତି ଘରକୁ ସୋଲାର ବିଦ୍ୟୁତ୍ ସେବା ଯୋଗାଣ, ସ୍ବତନ୍ତ୍ର କ୍ୟାମ୍ପ କରି ସଠିକ୍ ଆଧାର କାର୍ଡ ପ୍ରଦାନ, ଛେଳି ଚାଷ ଏବଂ ଗାଈ ଫାର୍ମ ପରି ସରକାରୀ ଯୋଜନା ମାନ ଯୋଗାଇଦେଇ ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ । ଜିଲ୍ଲାପାଳଙ୍କ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଉପସ୍ଥିତ ଥିବା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସହିତ ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁ, ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାର ପିଣ୍ଟୁ ସାହୁଙ୍କ ସମେତ ଉପସ୍ଥିତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ଗୁଡ଼ିକ ସାରିବା ପାଇଁ ଲାଗି ପଡିଥିବା ବେଳେ ଶୁକ୍ରବାର ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ନେପାଳ ଗ୍ରାମରେ ପହଞ୍ଚି ପ୍ରଗତିଶୀଳ କାର୍ଯ୍ୟ ଗୁଡ଼ିକର ଅଗ୍ରଗତିର ସମ୍ପର୍କରେ ସମୀକ୍ଷା କରିଥିଲେ । ଏବଂ ଏନେଇ ଜିଲ୍ଲା ତଥା ବ୍ଳକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ଶିକ୍ଷା ବିଭାଗ ମାଧ୍ୟମରେ ଡେପୁଟେସନରେ ଶିକ୍ଷକ ମାନେ ପାଠ ପଢ଼ାଇବା ଏବଂ ଅଙ୍ଗନୱାଡି ଗୃହର ନିର୍ମାଣ ଅଗ୍ରଗତିକୁ ପ୍ରଶଂସା କରିଥିଲେ ।
Sign in
Sign in
Recover your password.
A password will be e-mailed to you.