ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର-୨୦୨୫ ଉଦ୍ଘାଟିତ

3

ଜିଲ୍ଲାର ୪୦ କଲେଜରୁ ୧୫୦ ୱାଆରସି ସ୍ବେଚ୍ଛାସେବୀଙ୍କ ଅଂଶଗ୍ରହଣ,

ଓଡ଼ଗାଁ,୨୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ୟୁନିଟ୍ ଦ୍ବାରା ଆୟୋଜିତ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ (ୱାଆରସି) ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ୨୦୨୫ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି।ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରମେଶ ଚନ୍ଦ୍ର ବେହେରା ୟୋଥ୍ ରେଡକ୍ରସ ହାୟର ଏଜୁକେଶନ ଡେପୁଟି ସେକ୍ରେଟାରୀ,ସମ୍ମାନିତ ଅତିଥି ଗୋପାଳ ମିଶ୍ର ଓ୍ବାଇଆରସି ଷ୍ଟେଟ କୋଡିନେଟର ବିପିନ କୁମାର ପଟ୍ଟନାୟକ,ଓ୍ବାଇଆରସି ଚେୟାରମ୍ୟାନ ନୟାଗଡ଼,,କନଭେନର ସେକ୍ରେଟାରୀ ନାରାୟଣ ହୋତା ପ୍ରମୁଖ ଯୋଗ ଦେଇ ନୟାଗଡ଼ ଜିଲ୍ଲାର ୪୦ କଲେଜର ୧୫୦ ସ୍ବେଚ୍ଛେସେବୀ ଶିବିରାର୍ଥୀ ମାନଙ୍କୁ ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ଏଚ୍ ଆଇ ଭି ସଚେତନତା, ସାଇବର ସୁରକ୍ଷା, ରକ୍ତଦାନ, ଯୋଗ ଏବଂ ସଫେଇ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କ ଭିତରେ ଦକ୍ଷତା ଓ ନେତୃତ୍ଵ ବୃଦ୍ଧି କରିବା ନିମନ୍ତେ, ସୃଜନଶୀଳତାର ବିକାଶ ପାଇଁ ବକୃତା, କୁଇଜ୍, ପ୍ରବନ୍ଧ, ମୋବାଇଲ ଓଡ଼ିଆ ଟାଇପ୍ ଶିକ୍ଷା ଓ ସାମାଜିକ ସଚେତନତା ଧର୍ମି ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବନ୍ୟା, ବାତ୍ୟା, ଭୁସ୍ଖଳନ, ଭୁମିକମ୍ଫ, ସୁନାମି, ଦୁର୍ଘଟଣା ଏହିପରି ଅନେକ ଆପାଦ କାଳୀନ ବିପଦ ସମୟରେ ସ୍ବେଛାସେବୀ ମାନଙ୍କ ଭୂମିକା ଏବଂ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଜାଗ୍ରତ କରାଯିବ ବୋଲି ଓ୍ବାଇଆରସି ଷ୍ଟେଟ କୋଡିନେଟର ଗୋପାଳ ମିଶ୍ରଙ୍କ ଠାରୁ ପ୍ରକାଶ। ଓଡ଼ଗାଁ କଲେଜ ତଥା ନୟାଗଡ଼ ଜିଲ୍ଲା କୋଡିନେଟର ଅଧ୍ୟାପକ ନିରୋଜ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ତେବେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ।

Leave A Reply

Your email address will not be published.