ଓଡ଼ଗାଁ ସରକାରୀ ପଲିଟେକନିକ ଶିକ୍ଷାନୁଷ୍ଠାନ: ପାନୀୟ ଜଳ ବ୍ୟବହାର ଯୋଗୁଁ ୩୦ ରୁ ୪୦ ବିଦ୍ୟାର୍ଥୀ ସଂକ୍ରମିତ,

3

ପରୀକ୍ଷଣ ପରେ ଜଣାପଡ଼ିଲା କାରଣ

ଓଡ଼ଗାଁ,୨୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଠାରେ ଅବସ୍ଥିତ ନୟାଗଡ଼ ସରକାରୀ ପଲିଟେକନିକ ଶିକ୍ଷାନୁଷ୍ଠାନ ରେ ପାନୀୟ ଜଳ ସମସ୍ୟା ନେଇ ୩୦ ରୁ ୪୦ ବିଦ୍ୟାର୍ଥୀ ସଂକ୍ରମିତ ହୋଇଥିବା ବେଳେ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସୂଚନା କ୍ରମେ ସ୍ବାସ୍ଥ୍ୟ ବିଭାଗ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପରୀକ୍ଷଣ ପରେ ପରିସର ମଧ୍ୟରେ ଥିବା ଦୁଇଟି ବୋରିଙ୍ଗ ମଧ୍ୟରୁ ଗୋଟିଏର ପାଣି ବିଶୁଦ୍ଧ ଥିବା ଜଣାପଡିଥିଲା । ଜଳରେ କ୍ଳୋରିନର ପରିମାଣ କମ୍ ଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଜଣାପଡିଥିଲା । ଫଳରେ ପ୍ରାୟ ୨୦ରୁ ୨୧ ଦିନ ପୂର୍ବେ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଥଣ୍ଡା, କାଶ, କଫ ସହିତ ଜରରେ ପିଡ଼ିତ ହୋଇ ଓଡ଼ଗାଁ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ପହଁଞ୍ଚିଥିଲେ । ଦିନକୁ ଦିନ ଶାକ୍ଷାର୍ଥୀ ମାନଙ୍କ ସଂଖ୍ୟା ବଢ଼ି ୪୦ରେ ପହଞ୍ଚିଥିଲା । କଲେଜ କର୍ତୃପକ୍ଷଙ୍କ ଠାରୁ ଅଭିଯୋଗ ପାଇ ପାନୀୟଜଳ ଓ ପରିମଳ ବିଭାଗ ଏବଂ ନୟାଗଡ଼ ଓ ଶରଣକୁଳ ମେଡିକାଲ ଦଳ ଘଟଣାସ୍ଥଳରେ ପହଞ୍ଚି ନଳକୂପ ଜଳ ପରୀକ୍ଷା କରିବା ପରେ ସେଥିରେ କ୍ଳୋରନ ପରିମାଣ କମଥିବା କାରଣ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ନିଶ୍ଚିତ ହୋଇଥିଲା । ପରେ ଉକ୍ତ ବିଭାଗ ତରଫରୁ ଜଳ ବିଶୋଧନ ନିମନ୍ତେ ନଳକୂପ ଜଳରେ ପ୍ରତିଦିନ କ୍ଳୋରିନଯୁକ କରାଯାଉଛି ।ଅପରପକ୍ଷରେ ଓଡ଼ଗାଁ ଏନ୍ଏସି ପାନୀୟ ଜଳ ପ୍ରକଳ୍ପରୁ ଟ୍ୟାଙ୍କର ଯୋଗେ ପଲିଟେକନିକ୍ ପାଇଁ ପାନୀୟ ଜଳ ଯୋଗାଣ ହୋଇଥିବା ବେଳେ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଉକ୍ତ ପ୍ରକଳ୍ପରୁ ଶିକ୍ଷା ଅନୁଷ୍ଠାନକୁ ସ୍ଥାୟୀ ପାନୀୟ ଜଳ ଯୋଗାଣ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ବନ ବିହାରି ମହାନ୍ତି କହିଛନ୍ତି ।

Leave A Reply

Your email address will not be published.