ପଛୁଆ ବର୍ଗ ବିକାଶ ମଞ୍ଚ ପକ୍ଷରୁ ୬ ଦଫା ଦାବି ନେଇ ଗଣ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ପଛୁଆ ବର୍ଗ ବିକାଶ ମଞ୍ଚ ପକ୍ଷରୁ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସହିତ ଗଣଧାରଣା ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ପଛୁଆ ବର୍ଗ  ବିକାଶ ମଞ୍ଚ ପକ୍ଷରୁ  ଓବିସି/ଏସଇବିସି ବର୍ଗ ନିମନ୍ତେ ଚାକିରୀ, ରାଜନୀତି ଓ ଶିକ୍ଷା କ୍ଷେତ୍ରରେ ୫୨ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବାର ଦାବି କରାଯାଇଛି । ସେହିପରି କ୍ରିମି ଲେୟାର ବାର(ଉrରବଜ୍ଞଚ୍ଚ ଖବଚ୍ଚରr ଈବr)ର ଉଚ୍ଛେଦ କରାଯିବା, ରାଜ୍ୟରେ ପଛୁଆବର୍ଗ ନିଗମକୁ ସୁଦୃଢ଼ କରିବା ନିମନ୍ତେ ପ୍ରତି ଜିଲ୍ଲାରେ ଶାଖା ଖୋଲାଯାଉ ଏବଂ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ କ୍ଷିପ୍ର ଆର୍ଥିକ ବିକାଶ କରାଯିବା,  ମୟୂରଭଞ୍ଜ ଜିଲ୍ଲାରେ ପଛୁଆବର୍ଗର ଜନସଂଖ୍ୟା ପ୍ରାୟ ୩୫ ପ୍ରତିଶତରୁ ଅଧିକ ହୋଇଥିବାରୁ ଏହି ବର୍ଗରୁ ପ୍ରତିନିଧିତ୍ୱ କରିବା ନିମନ୍ତେ କୌଣସି ବିଧାନସଭା କ୍ଷେତ୍ରକୁ ସଂରକ୍ଷିତ ରଖାଯାଇ ନାହି, ତେଣୁ ପଛୁଆ ବର୍ଗମାନଙ୍କ ନିମନ୍ତେ ୩ଟି ବିଧାନ ସଭା ଆସନକୁ ସଂରକ୍ଷିତ ରଖାଯିବା, ମହିଳାମାନଙ୍କ ନିମନ୍ତେ ସମସ୍ତ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷିତ ରଖାଯିବା ଏବଂ ପ୍ରତ୍ୟେକ ଜିଲ୍ଲାକୁ ଏକକ ଭାବେ ଗ୍ରହଣ କରାଯାଇ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହେଉଥିବା କର୍ମନିଯୁକ୍ତି କ୍ଷେତ୍ରରେ କେବଳ ଜିଲ୍ଲାର ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଦିଆଯିବା ଏହି ପରି ମୋଟ ୬ ଗୋଟି ଦାବି ପଛୁଆ ବିକାଶ ମଞ୍ଚ ପକ୍ଷରୁ କରାଯାଇଛି । ପଛୁଆ ବର୍ଗ ବିକାଶ ମଞ୍ଚର ସଭାପତି ମୋହନ ଚରଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଭାକର ଦେଓ, ପଦ୍ମ ଲୋଚନ ମହାନ୍ତ, ବସନ୍ତ କୁମାର ମହାନ୍ତ, ସମାଜସେବୀ କୁଳମଣି ଧଳ, ଚନ୍ଦ୍ରକାନ୍ତ ମହାନ୍ତ, ଚନ୍ଦନେଶ୍ୱର ନାଏକ, ଜଗବନ୍ଧୁ ସି, ପୂର୍ଣ୍ଣଚନ୍ଦ୍ର ସି, ବସନ୍ତ କୁମାର ମହାନ୍ତ, ନନ୍ଦ କୁମାର ମହାପାତ୍ର, ଫୁଲଚାନ୍ଦ ମହାନ୍ତ, ଧ୍ରୁବେନ୍ଦ୍ର ଭଦ୍ର, ବଂଶୀଧର ଶେଜପଡ଼ା, ବିଦେଶୀ ମହାନ୍ତ, ସଞ୍ଜିବ କୁମାର ମହାନ୍ତ, ପ୍ରଦୀପ କୁମାର ମହାନ୍ତ, ଶ୍ରୀଗୋପବନ୍ଧୁ, ସସ୍ମୀତା ନାଏକ, ହେମସ୍ମୀତା ନାଏକ, ପୂଜାଶ୍ରୀ ଚିତ୍ରାଞ୍ଜଳୀ ଦେଓ, ଉଷାଶ୍ରୀ ମଧୁସ୍ମୀତା ସି, ପାର୍ବତୀ ଧଳ, ମନ୍ଦାକିନୀ ସି,  ରେଣୁକା ସି ପ୍ରମୁଖ ବକ୍ତାମାନେ ଓବିସି/ ଏସଇବିସି ବର୍ଗର ଯୁବକ/ଯୁବତୀ ଓ ଜନତାଙ୍କ ଆର୍ଥି, ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ବାଧକ ସାଜିଥିବା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ପଛୁଆ ବର୍ଗକୁ ସମାଜର ମୁଖ୍ୟ ସ୍ରୋତରେ ମାମିଲ କରାଇବା ନିମନ୍ତେ ପଛୁଆ ବର୍ଗ ବିକାଶ ମଞ୍ଚ ପକ୍ଷରୁ ଉପସ୍ଥାପନ କରାଯାଇଥିବା ୬ ଦଫା  ଦାବିକୁ ପୂରଣ ନକରନ୍ତି ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଥିନିମନ୍ତେ ଭବିଷ୍ୟତରେ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।  

 

Leave A Reply

Your email address will not be published.