ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ଅଚାନକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ସେବାରେ ଡାକ୍ତରଙ୍କ ଅବହେଳା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ସୂଚନା ପ୍ରକାରେ ଆଜି ସକାଳ ସାଢେ ଏଗାରଟା ସମୟରେ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାକ୍ତରଙ୍କ ସ୍ଥାନରେ ଜଣେ ସ୍ୱାସ୍ଥ୍ୟ କର୍ମୀ ବସି ରୋଗୀ ଦେଖୁଥିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ I ଏହା ସହିତ ଦାୟିତ୍ୱରେ ଥିବା ଡ଼ାକ୍ତର ଉପାଧ୍ୟାୟ ମଦ୍ୟପାନ କରି କ୍ୱାର୍ଟର୍ ରେ ଶୋଇଥିବା ଜାଣିବାକୁ ପାଇଥିଲେ I ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରର ପରିଦର୍ଶନ ପଞ୍ଜିକାରେ ନିଜର ଜାଲ୍ ଦସ୍ତଖତ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ I ପରିଦର୍ଶନ ପଞ୍ଜିକାରେ ବିଧାୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସନ୍ତୋଷଜନକ ମନ୍ତବ୍ୟ ଦେଇ ବିଧାୟକଙ୍କ ସ୍ୱାକ୍ଷର ରହିଥିବା ବେଳେ ବିଧାୟକ ଶ୍ରୀ ବିଷୋୟୀ ଏହାକୁ ଖଣ୍ଡନ କରିବା ସହିତ ସ୍ୱାକ୍ଷର ସମ୍ପୂର୍ଣ୍ଣ ଜାଲ୍ ବୋଲି ପ୍ରକାଶ କରିଥିଲେ I ଏନେଇ ଡ଼ାକ୍ତର ଉପାଧ୍ୟାୟଙ୍କ ବିରୁଦ୍ଧରେ ଆସନ୍ତା ଏକ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଧାୟକ ଶ୍ରୀ ବିଷୋୟୀ ଗଞ୍ଜାମ ଜିଲ୍ଳାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବି କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି I ଡାକ୍ତର ଉପାଧ୍ୟାୟଙ୍କ ମଦ୍ୟପାନ ଘଟଣାକୁ ଏସଡିଏମ୍ଓ ଡାକ୍ତର ଶତପଥି ସ୍ୱୀକାର କରିବା ସହିତ ତାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି I ଆଜି ବିଧାୟକଙ୍କ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ପୂର୍ବତନ ନେଟଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.