ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ, ବରଗଡ ଆନୁକୁଲ୍ଯରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ ଙ୍କ ସଭାପତିତ୍ବରେ “ଶିଶୁଟିଏ ଗଛଟିଏ, ସାରା ଜୀବନର ସାଥୀ ସିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ପ୍ରକୃତିବଂଧୁ ମୀନକେତନ ସାହୁ ଯୋଗ ଦେଇ ବିଶ୍ବ ଉତ୍ତାପନ କୁ ନିୟନ୍ତ୍ରଣ ଓ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ ତଥା ଆଗାମୀ ପିଢ଼ିର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ ,ଜଂଗଲ ସଂରକ୍ଷଣ ସଂପର୍କିତ ବକ୍ତବ୍ଯ ପ୍ରଦାନ କରିବା ସହିତ ବ୍ଯାପକ ଜନ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ଉପସ୍ଥିତ ଅରୁଣ ଶ୍ରେଣୀ ର ଶିଶୁ ମାନଙ୍କୁ ୬୦ ଟି ଅଶୋକ ଚାରା ପ୍ରଦାନ କରାଯାଇଥିଲା।ଦିବା ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଗୁରୁଜୀ, ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରି ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post