ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ସରକାରଙ୍କ ଦ୍ୱାରା ନଭେମ୍ବର ୧୬ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତା ସହିତ ଶୁନ୍ୟ ମୃତାହତ ପାଳନ ସପ୍ତାହ କାର୍ଯ୍ୟକ୍ରମ ଜାରି ରହିଛି ।ଏହି ଅବସରରେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା ତଥା ଶୁନ୍ୟ ମୃତାହତ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ହୋଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଏକ ସଡକ ସୁରକ୍ଷା ସଚେତନତା ରାଲିରେ ବେଲଗୁଣ୍ଠା ସହର ପରିକ୍ରମା କରିଥିଲେ ।ଏହାକୁ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଓ ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଥାନାଧିକାରୀ ରେବତୀ ଶବର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଡଃ ସଂଯୁକ୍ତା ପଣ୍ଡା, ଇନିସପେକ୍ଟର ଅଭୟ କୁମାର ପ୍ରଧାନ, ଏଏସଆଇ ଅନୁ ମଲ୍ଲିକ, ସଂଯୋଜିକା ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଅବଲୋକନ କରାଯାଇଥିଲା । ସରକାରଙ୍କ ଦ୍ଵାରା ପ୍ରଦତ୍ତ ସ୍ଲୋଗାନ ପ୍ରତ୍ୟେକ ଜୀବନ ମୁଲ୍ୟବାନ, ସଭିଏଁ ହେବା ଯତ୍ନବାନ କୁ ବ୍ୟାପକ କରିବା ପାଇଁଁ ଗୁରୁତ୍ୱ ଦିଆଯାଇଥିଲା।ସଡକ ସୁରକ୍ଷା ମାନିବା, ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନେଇ ଆଲୋଚନା ହୋଇଥିଲା। ଗାଡି ଚଲାଇବା ବେଳେ ସିଟ୍ ବେଲ୍ଟ ବାନ୍ଧିବା, ବାଇକ୍ ଚାଳକ ହେଲମେଟ ପିନ୍ଧିବା, ମୋବାଇଲରେ କଥା ନ ହେବା, ମଦ୍ୟପାନ କରି ଗାଡି ନ ଚଲାଇବା ନେଇ ଥାନାଧିକାରୀ ରେବତୀ ଶବର ସଚେତନତା କରାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ଥାନାର ସମସ୍ତ କର୍ମଚାରୀ, କଲେଜ କର୍ମଚାରୀ ସହଯୋଗ କରିଥିବା ବେଳେ ଓଡିଆ ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post