( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବ୍ରହ୍ମପୁର ରେଳବାଇ ଥାନା ଅର୍ନ୍ତଗତ ମଣ୍ଡଳ କାରାଗାର ନିକଟ ରେଳ ଧାରଣାରେ ଜନୈକା ମହିଳାଙ୍କ ଶବକୁ ରେଳବାଇ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳା ଜଣଙ୍କର ପରିଚୟ ମିଳିନଥିବା ବେଳେ ତା ନିକଟରୁ ଶ୍ରୀକାକୁଲମ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏକ ଯାତ୍ରା ଟିକେଟ ମିଳିଛି। ଯାହାକି ସେ ବ୍ରହ୍ମପୁର ରେଳଷ୍ଟେସନ ରେ ଓହ୍ଲାଇ ନପାରି ବ୍ରହ୍ମପୁର ଠାରୁ ଟ୍ରେନ୍ ଛାଡ଼ିବା ପରେ ଚଳନ୍ତା ଟ୍ରେନରୁ ଓହ୍ଲାଇ ବାକୁ ଚେଷ୍ଟା କରି ଟ୍ରେନ ତଳକୁ ଖସି ମୃତ୍ୟୁ ବରଣ କରିଛି। କର୍ତ୍ତବ୍ୟରତ ଥାନା କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.